ମିଶନ ଶକ୍ତି : ୧୬୪ ଗୃପ କୁ ୩ କୋଟି ୧୪ ଲକ୍ଷ ଟଙ୍କା ଋଣ

ପୋଲସରା (ଅନିଲ ମହାରଣା):ରାଜ୍ୟ ସରକାର ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ମିଶନ ଶକ୍ତି ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରି ସରକାରୀ ପ୍ରୋତ୍ସାହନରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଋଣ ପ୍ରଦାନ କରି ଦେଶ ପାଇଁ ଆଦର୍ଶ ରାଜ୍ୟ ଭାବେ ପରିଚିତ ହୋଇପାରିଛି। ମହିଳା ମାନଙ୍କ ଉନ୍ନତି ପାଇଁ ମିଶନ ଶକ୍ତି ଆନୁକୂଲ୍ୟରେ, ପୋଲସରା ବ୍ଲକର ସମିତି ସଭା ଗୃହ ପରିସରରେ, ପୋଲସରା ବ୍ଲକ ସ୍ତରୀୟ ମେଗା ସମନ୍ୱୟ ମେଳା ସେପ୍ଟେମ୍ବର ୨୨ ତାରିଖ ଦିନ ଅନୁଷ୍ଠିତ ହୋଇ ୧୬୭ ସ୍ୱୟଂ ସହାୟକ ଗୋଷ୍ଠୀକୁ ୩.୧୪ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। ବ୍ଲକ ପୋଗ୍ରାମ ମ୍ୟାନେଜର ସଞ୍ଜୁ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଋଣ ପ୍ରଦାନ ମେଳାରେ ଅତିଥି ଭାବେ ବିଡ଼ିଓ ସୁରଞ୍ଜନ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ବ୍ଳକ ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା, ସିଡିପିଓ କୁନ୍ତଳା କୁମାରୀ ନାୟକ ଓ ମିଶନ ଶକ୍ତି ବିପିସି କିରଣ କୁମାର ସାହୁ ଯୋଗ ଦେଇ ୧୬୭ ସ୍ୱୟଂ ସହାୟକ ଗୋଷ୍ଠୀକୁ ତିନି କୋଟି ଚଉଦ ଲକ୍ଷ ଟଙ୍କା ଋଣ ପ୍ରଦାନ କରିଥିଲେ। ୧୬୭ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ମଧ୍ୟରୁ ୧୧୪ ଗୋଟି ଗୃପକୁ ଏଚଡିଏଫସି ବ୍ୟାଙ୍କ ଋଣ ପ୍ରଦାନ କରିଥିବା ବେଳେ ୪୦ ଗୋଟି ଗୃପକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ୧୩ ଗୋଟି ଗୃପକୁ ଆକ୍ସିସ ବ୍ୟାଙ୍କ ପକ୍ଷରୁ ଋଣ ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ