ମିଶୁ ଦେଶ ପାଣ୍ଠି ମୋ ନିଜ ପାଣ୍ଠିରେ : ରହୁଥିବୀ ମୁହିଁ ଲୋକଙ୍କ ଉପରେ 

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଥିବା ବେଳେ ମାଣିତରା ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥୀନୀ ଶାନ୍ତିଲତା ନାୟକଙ୍କ ସପକ୍ଷରେ ପ୍ରଥପ୍ରାନ୍ତ ସଭାରେ ବିଜୁ ଜନତା ଦଳର ଯୁବ ନେତା ବବୁଲ ନାୟକ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ଯେ, “ଶ୍ରୀମତୀ ନାୟକଙ୍କ ବିପକ୍ଷରେ ସମିତି ସଭ୍ୟ ଭାବେ ନିର୍ବାଚନ ଲଢ଼ୁଥିବା ଜଣେ ପ୍ରାର୍ଥୀ ନିଜ ପରିବାର ନାମରେ ଦୁଇଟି ଇନ୍ଦିରା ଆବାସ ଓ ରାସନକାର୍ଡ ହାତେଇଛନ୍ତି”। ବହୁ ନିରୀହ ଗରିବ ଲୋକ କୁଡ଼ିଆ ଘରେ ରହୁଥିବା ବେଳେ ସେହି ପ୍ରାର୍ଥୀ ନିଜ ପରିବାର ନାମରେ ଦୁଇଟି ଇନ୍ଦିରା ଆବାସ ଓ ରାସନ କାର୍ଡ କରିବାରେ ସକ୍ଷମ ହୋଇଥିବା ବେଳେ ୨୦୧୬ ମସିହାରେ ତାଙ୍କ ପରିବାର ନାମରେ ଇନ୍ଦିରା ଆବାସ ମିଳିଥିବା ଶୁଣାଯାଉଛି। ଯଦି ଏହା ସତ୍ୟ ହୋଇଥାଏ ତେବେ ମିଶୁ ଦେଶ ପାଣ୍ଠି ମୋ ନିଜ ପାଣ୍ଠିରେ କହିବା କିଛି ଭୁଲ ହେବନାହିଁ। ବର୍ତ୍ତମାନ ମାଣିତରା ଗ୍ରାମ ପଞ୍ଚାୟତ ର ସମିତି ମେମ୍ବର ପାଇଁ ମାଣିତରା ଗ୍ରାମର ଜୟଦେବ ପ୍ରଧାନ, ନଗୁଡୁ ଗ୍ରାମର ଦୁଃଶାସନ ଖଟୁଆ , ମାଣିତରା ଗ୍ରାମର ଶଙ୍କର ଜେନା ଓ ନଗୁଡୁ ଗ୍ରାମର ଶାନ୍ତିଲତା ନାୟକ, ମୋଟ ୪ ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି । ରବିବାର ଦିନ ଶାନ୍ତିଲତା ନାୟକ ତାଙ୍କର ସମର୍ଥକଙ୍କ ସହ ନିଜର ଚିହ୍ନ ତାଲା ଚାବି ରେ ଭୋଟ ଦେବାକୁ ଭୋଟ ଭିକ୍ଷା କରିବା ସହ ୪୨ ନମ୍ବର ଜିଲ୍ଲା ପରିଷଦର ବିଜେଡି ପ୍ରାର୍ଥୀ ଗଙ୍ଗାପାଣି ଜେନାଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟଦେଇ ଜୟଯୁକ୍ତ କରିବାକୁ ଘରକୁ ଘର ବୁଲି ପ୍ରଚାର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ