ମୁକ୍ତି ଲାଭ ଅପେକ୍ଷାରେ “ତେଜସ୍ୱୀନି ” ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ
ଚିକିଟି, (କୁରେଶୁ ସାହୁ):ଜୟମା ବାଳକୁମାରୀ ,ଜୟ ଗଣପତି ଦେବା ,କେମିତି ସାଥି ,ମୁଁ କଣ୍ଢେଇ, ଭଳି ଅନେକ ହିଟ୍ ଗୀତ ଭେଟି ଦେଇଥିବା ଯୁବ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ରାଜେଶ କୁମାର ପ୍ରଧାନ ପ୍ରଥମକରି କାହାଣୀଟିକୁ ଲେଖିଥିବା ବେଳେ ସେଥିରେ ସେ ନିଜେ ସଙ୍ଗୀତ ମଧ୍ୟ ପ୍ରଦାନ କରିଛନ୍ତି । ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ଚିକିଟିର ପ୍ରସିଦ୍ଧ ଶକ୍ତି ପୀଠ ମା ବାଳକୁମାରୀ ନିକଟସ୍ଥ ରାମଗୁଡା ଗ୍ରାମରେ ସୁଟ କରାଯାଇଛି । DOP ରେ ସୌମ୍ୟ ରହିଥିବା ବେଳେ ରମେଶ ମହାରଣାଙ୍କ ବଳିଷ୍ଠ ନିର୍ଦ୍ଦେଶନା ଏବଂ ସି ଏଚ ଦୁର୍ଗା ରାଓ ଙ୍କ ସହ ନିର୍ଦ୍ଦେଶନା କାହାଣୀଟିକୁ ଜୀବନ୍ତ କରିଛି । ମୁଖ୍ୟ ଭୂମିକାରେ ତେଜସ୍ୱିନୀ ପାଢ଼ୀ ଅଭିନୟ କରିଛନ୍ତି ଯିଏକି ବର୍ତ୍ତମାନ ଗଂଜାମ ଜିଲ୍ଲା ରେ ଅନ୍ତରଜାତୀୟ କୋଚ୍ ଭାବରେ ପରିଚିତ କେ.ମନୋଜ ପ୍ରଧାନଙ୍କ ପାଖରେ ତାଇକୋଣ୍ଡୋ ଟ୍ରେନିଂ ନେଉଛନ୍ତି ଏବଂ ଅଭିନୟ ଦକ୍ଷତା ମଧ୍ୟ ରହିଛି ତାଂକ ପାଖରେ।।ଏତଦବ୍ୟତୀତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ସି ଏଚ ଦୁର୍ଗା ରାଓ ଆଚାରି ,ରୁଦ୍ର ପ୍ରସାଦ ମିଶ୍ର ,ବିଘ୍ନରାଜ ପଣ୍ଡା,ଶୁଭଶ୍ରୀ ପାଢ଼ୀ ,ଚାନ୍ଦମାମା,ପ୍ରଶାନ୍ତ,ରାଧାକୃଷ୍ଣ,ଗଣେଶ ,ସରୋଜ,ସାହିଲ ,ପ୍ରସାଦ ,ଆଦି କଳାକାର ମାନେ ଅଭିନୟ କରିଛନ୍ତି । ଏହି ସର୍ଟ ଫିଲ୍ମ ଟି ଲୋକଙ୍କ ମନକୁ ଜିଣିବା ସହ ସମାଜକୁ ନିଶ୍ଚିତ ରୂପେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ ପ୍ରଦାନ କରିବ ବୋଲି ସମ୍ପୂର୍ଣ ଟିମ ଆଶାବାଦୀ ଅଛନ୍ତି ।


