ମୁକ୍ତି ସଂଗ୍ରାମର ଯୋଦ୍ଧା ନେତାଜୀ ଓ ସାଏଙ୍କ ଅବଦାନ ଅବିସ୍ମରଣୀୟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଦେଶଭକ୍ତ ତଥା ଆଜାଦ୍ ହିନ୍ଦ୍ ଫୌଜ୍‌ର ଜନନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ମୁକ୍ତି ସଂଗ୍ରାମର ଅବିସ୍ମରଣୀୟ ଯୋଦ୍ଧା ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଥିବା ଆଦିବାସୀ ପଲ୍ଲୀ କନ୍ଦଳେଇ ଠାରେ ପାଳିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଦୁଇ ମହାନ୍ ବରପୁତ୍ରଙ୍କ ସ୍ମୃତିଚାରଣ କରିଥିଲେ । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ଅତିଥି ରୂପେ ସାମାଜିକ କର୍ମୀ ତ୍ରିଲୋଚନ ବେଉରା, କନ୍ଦଳେଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଚିତ୍ର କୁମାର ମାଝୀ, ଶିକ୍ଷକ ସୁବାଷ ଓଝା ପ୍ରମୁଖ ଯୋଗଦେଇ ନେତାଜୀ ଓ ସାଏଙ୍କ ବୀରତ୍ୱ, ଆଦର୍ଶ ଉପରେ ଆଲୋକପାତ କରିଥିଲେ । ଶ୍ରୀ ସାହୁ ଏହି ଅବସରରେ କହିଥିଲେ, ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏ ହେଉଛନ୍ତି ବୀରତ୍ୱ, ବଳିଦାନ, ଅଦମ୍ୟ ସାହସ ଓ ଅସୀମ ଦେଶ ପ୍ରେମର ବଳିଷ୍ଠ ଉଦାହରଣ । ବ୍ରିଟିଶ୍ ଶାସନରୁ ଭାରତ ସ୍ୱାଧୀନତା ପାଇବାରେ ଏହି ଦୁଇ ମହାପୁରୁଷଙ୍କ ଅବଦାନ ଅବିସ୍ମରଣୀୟ । ଏହି ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କ ନୀତି, ଆଦର୍ଶ ଏବଂ ତ୍ୟାଗକୁ ଅନୁସରଣ କଲେ ଦେଶ ସମୃଦ୍ଧ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ