ମୁଖ୍ୟମନ୍ତ୍ରୀଙ୍କ ଆନନ୍ଦପୁର ଗସ୍ତ, ବ୍ୟାରେଜ ଉଦଘାଟିତ, ୧୧ଟି ପ୍ରକଳ୍ପର ଶିଳାନ୍ୟାଶ

ହାଟଡ଼ିହି,(କିଶୋର ଆଚାର୍ଯ୍ୟ): ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲର ଆନନ୍ଦପୁର ଗସ୍ତରେ ଆସି ଆନନ୍ଦପୁର ବ୍ୟାରେଜ ଉଦଘାଟନ କରିବା ସହିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାଶ କରିଛନ୍ତି । ‘ଜାଗା ମିଶନ’ କାର୍ଯ୍ୟକ୍ରମରେ ହିତାଧିକାରୀ ମାନଙ୍କୁ ଜମି ପ୍ରମାଣପତ୍ର ପ୍ରଦାନ କରିବା ସହିତ ବି.ଏନ ହାଇସ୍କୁଲର ପ୍ଲାଟିନମ ଜୁବୁଲି ସମାରୋହରେ ଯୋଗଦାନ କରିଛନ୍ତି । ଆନନ୍ଦପୁର ମିନି ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ଆନନ୍ଦପୁର ଆସି ସେ ଖୁସି ଅନୁଭବ କରିଛନ୍ତି ବୋଲି କହିଛନ୍ତି । ଆନନ୍ଦପୁର ବ୍ୟାରେଜ ଉଦଘାଟନ ହେବା ଫଳରେ ଚାଷୀମାନେ ବହୁଳ ମାତ୍ରାରେ ଉପକୃତ ହୋଇପାରିବେ । କୃଷି ଓ କୃଷକର ଉନ୍ନତି ପାଇଁ ଓଡିଶା ସରକାର ବହୁବିଦ୍ଧ ପଦକ୍ଷେପ ନେଉଛନ୍ତି ଓ ବିଭିନ୍ନ କ୍ଷେତ୍ରରେ ଓଡିଶା ଆଗେଇ ଚାଲିଛି । ସମଗ୍ର ଭାରତବର୍ଷରେ ଓଡିଶା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଓଡିଶାର ବିକାଶକୁ ଅôଦକ ତ୍ୱରାନ୍ୱିତ କରିବାପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ସକ୍ରୀୟ ସହଯୋଗ ଅବ୍ୟାହତ ରଖିବାକୁ ଆହ୍ୱାନ ଜଣାଇଥିଲେ । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଓଡିଶାର ଜଳସମ୍ପଦ, ସୁଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରେମାନନ୍ଦ ନାୟକ, ଲୋକସଭା ସଦସ୍ୟା ଚନ୍ଦ୍ରାଣୀ ମୁର୍ମୁ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଓଡିଶାର ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କର ପ୍ରତିବଦ୍ଧତା ଓ କ୍ରୀୟାଶୀଳତା ସମ୍ପର୍କରେ ଅବତାରଣା କରି ମୁଖ୍ୟମନ୍ତ୍ରୀଙ୍କୁ ବିକାଶ ପୁରୁଷ ଭାବେ ଅବିହିତ କରିଥିଲେ । ଏହି ସଭାରେ ପାଟଣା ବିଧାୟକ ଜଗନ୍ନାଥ ନାୟକ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ଆଶିଷ ଚକ୍ରବର୍ତ୍ତୀ, ଯୁବ ବିଜେଡି ସଭାପତି ରାଜା ଚକ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆନନ୍ଦପୁର ବି.ଏନ ହାଇସ୍କୁଲ ପ୍ଲାଟିନମ ଜୁବୁଲି ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶିକ୍ଷକ, ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଛାତ୍ର ଜୀବନ ଜୀବନର ଶ୍ରେଷ୍ଠ ସମୟ ଅଟେ, ଏଣୁ ଛାତ୍ରଛାତ୍ରୀମାନେ ଏହାର ଭରପୁର ସୁଯୋଗ ନେବାକୁ ସେ ଆହ୍ୱାନ ଦେଇଥିଲେ । ପିଲାମାନେ ଭଲ ପାଠ ପଢ଼ିବା ସହିତ ଖେଳ, ନୃତ୍ୟ ଇତ୍ୟାଦି କ୍ଷେତ୍ରରେ ସକ୍ରୀୟ ଅଂଶ ଗ୍ରହଣ କରି ନିଜର ଉତ୍କର୍ଷତା ପ୍ରତିପାଦନ କରନ୍ତୁ । ଏହାହେଲେ ପରିବାରର ସୁନାମ ବଢ଼ିବା ସହ ବିଦ୍ୟାଳୟର ଗୌରବ ବର୍ଦ୍ଧନ ହେବ ବୋଲି କହିଥିଲେ । ଏହି ପ୍ଲାଟିନମ ସମାରୋହରେ ଓଡିଶାର ଜଳସମ୍ପଦ, ସୁଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରେମାନନ୍ଦ ନାୟକ, ଲୋକସଭା ସଦସ୍ୟା ଚନ୍ଦ୍ରାଣୀ ମୁର୍ମୁ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ତଥା ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଭାଗିରଥି ସେଠୀ, ପୁର୍ବତନ ମନ୍ତ୍ରୀ ତଥା ଜୁବୁଲି କମିଟିର ମୁଖ୍ୟ ପୃଷ୍ଠ ପୋଷକ ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଉଦବୋଧନ ଦେଇ ବିଏନ ହାଇସ୍କୁଲର ଗାରିମା ପ୍ଲାଟିନମ ଜୁବୁଲି ପାଳନର ସନ୍ଦେଶ ଉପରେ ଆଲୋକପାତ କରି ବିଦ୍ୟାଳୟର ଶ୍ରୀବୃଦ୍ଧି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ