ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପୋଲସରା ବ୍ଲକର ୩ ଟି ରୂପାନ୍ତରିତ ହାଇ ସ୍କୁଲ ଲୋକାର୍ପଣ

ପୋଲସରା, (ଅନିଲ କୁମାର ମହାରଣା):ନଭେମ୍ବର ୧୬ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୮୩ ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଲୋକାର୍ପଣ ହୋଇଥିବା ବେଳେ ସେଥି ମଧ୍ୟରୁ ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟ, ସୋଡକ ଉଚ୍ଚ ବିଦ୍ୟାଳୟ ଓ ମଧୁସୂଦନପୁର କନକ ଦୁର୍ଗା ବିଦ୍ୟାପୀଠ ଅନ୍ୟତମ। ଫାଇଭି ଟି ଉପକ୍ରମରେ ପୋଲସରା ବ୍ଲକର ୩ ଟି ଉଚ୍ଚ ବିଦ୍ୟାଳୟ ରୁପାନ୍ତରିତ ହୋଇ ଅତ୍ୟାଧୁନିକ ପ୍ରଣାଳୀରେ ଶିକ୍ଷାଦାନ ବ୍ୟବସ୍ଥା ସହ ସ୍କୁଲ ମଧ୍ୟରେ ସମସ୍ତ ପ୍ରକାର ସୁବିଧାର ବ୍ୟବସ୍ଥା କରାଯାଇଛି। ଶିକ୍ଷାନୁଷ୍ଠାନ ୩ ଟି ର ପୂର୍ବାବସ୍ଥା ଓ ବର୍ତ୍ତମାନର ସ୍ଥିତ ପରଖିଲେ ବହୁ ଗୁଣରେ ପ୍ରଭେଦ ବାରିହୋଇପାରୁଛି। ଛାତ୍ରଛାତ୍ରୀ ମାନେ ମଧ୍ୟ ବହୁତ ଖୁସି ଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଙ୍କ ସମେତ ବହୁ ଅଧିକାରୀ, ଲୋକପ୍ରତିନିଧି, ଅଭିଭାବକ ବୃନ୍ଦ ଯୋଗଦେଇ ରାଜ୍ୟ ସରକାରଙ୍କ ଏହି ପ୍ରକାର ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ତିନି ଉଚ୍ଚ ବିଦ୍ୟାଳୟର ରୂପାନ୍ତରିତ କାର୍ଯ୍ୟ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଙ୍କ ସହଯୋଗରେ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ ଉତ୍ସବ ଉପଲକ୍ଷେ ଆଲୋକସଜ୍ଜା ର ବିବସ୍ଥା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ