ମାନବ ପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବୀ କଲା ମାରୁତି ସେନା

ଛତ୍ରପୁର,(ଦେବଦତ୍ତ ମହାରଣା): ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବୀ ନେଇ ଆଜି ଗଞ୍ଜାମ ଜିଲ୍ଲା ମାରୁତି ସେନା ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ ) ଅମୀୟ କୁମାର ସାହୁଙ୍କୁ ପ୍ରଦାନ କରାଯାଇଛି । ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହାର ସିବିଆଇ ତଦନ୍ତ ଦାବି କରିବା ପାଇଁ ଏହି ଦାବୀପତ୍ର ରେ ଉଲ୍ଲେଖ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ଗଞ୍ଜାମ ବ୍ଲକ ଲୋକାଲ କନଭେନର ରାମକୃଷ୍ଣ ପ୍ରଧାନ,ଧର୍ମପଦ ସେଠୀ,ମନୋଜ ମିଶ୍ର,ରଞ୍ଜିତ ପ୍ରଧାନ,ପ୍ରଶାନ୍ତ କୁମାର ସେଠୀ ପ୍ରମୂଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ