ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଶିବରାଜ ସିଂ ଚୌହାନ

ଭୋପାଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଶିବରାଜ ସିଂ ଚୌହାନ। ଚତୁର୍ଥ ଥର ପାଇଁ ଚୌହାନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଭୋପାଳ ସ୍ଥିତ ରାଜଭବନରେ ଶିବରାଜଙ୍କୁ ରାଜ୍ୟପାଳ ଲାଲଜୀ ଟଣ୍ଡନ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଥିବା ବେଳେ କୌଣସି କ୍ୟାବିନେଟ୍‌ ସଦସ୍ୟ ଶପଥ ଗ୍ରହଣ କରିନାହାନ୍ତି। ପରବର୍ତ୍ତୀ ସମୟରେ କ୍ୟାବିନେଟ୍‌ ସମ୍ପ୍ରସାରଣ କରାଯିବ ବୋଲି ଜଣାପଡିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ବରେ ୨୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ପ୍ରଦାନ କରିବା ପରେ କମଳନାଥ ସରକାରଙ୍କ ପତନ ଘଟିବା ସହିତ ବିଜେପି ପୁନର୍ବାର କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଛି। ଶନିବାର ୨୨ ବିଦ୍ରୋହୀ ବିଧାୟକ ବିଜେପିରେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ