ମୁଜାଗଡ ଇଣ୍ଟର କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବାହାଡ଼ାପଦର ବିଜୟୀ

ଭଂଜନଗର, (ସନ୍ତୋଷ କୁମାର ଜେନା):ଭଂଜନଗର ବ୍ଲକ ନିକଟସ୍ତ ମୁଜାଗଡଠାରେ ଆଜି ମୁଜାଗଡ କ୍ରିକେଟ କ୍ଳବ୍ ତରଫରୁ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି। ଉଦଘାଟନ ଉତ୍ସବରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମନାଭ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମର ସମସ୍ତ ବୟୋଜ୍ୟେଷ୍ଠ ଖେଳାଳିଙ୍କ ସହ ମୁଜାଗଡ ସରପଞ୍ଚ ସୁକାନ୍ତି ସେଠୀ ଉପସ୍ଥିତ ଥିଲେ। ପ୍ରଥମ ମ୍ୟାଚ ସାଇରାମ କ୍ରିକେଟ କ୍ଳବ୍ ବାହାଡାପଦର ଓ ନିଧିଆପଲ୍ଲୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟସ୍ ଜିତି ବାହାଡାପଦର ବ୍ୟାଟିଂ ର ନିଷ୍ପତି ନେଇଥିଲା ଏବଂ ନିର୍ଦ୍ଧାରିତ ୧୨ ଓଭର ରେ ୭ ୱିକେଟ ହରାଇ ୧୧୩ ରନ କରିଥିଲା। ଜବାବ ରେ ନିଧିଆପଲ୍ଲୀ ୯ ୱିକେଟ ହରାଇ ୧୦୩ ରନ କରିବାରେ ସକ୍ଷମ ହୋଇଥିଲେ।ବାହାଡାପଦର ର ଖେଳାଳି ସୁନିଲ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଅର୍ଗନାଇଯାର ତରଫରୁ ଆଦିତ୍ୟ ପ୍ରଧାନ ସ୍କୋରର ଥିବା ବେଳେ, ସୁଶାନ୍ତ ମିଶ୍ର ଧାରା ବିବରଣୀ ଜାରି ରଖିଥିଲେ। ଆମ୍ପାୟର ଭାବେ ଦୀପକ ସାମନ୍ତ ଓ ପୂର୍ଣ୍ଣ ନାୟକ ଖେଳ ପରିଚାଳନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ