ମୁଜାଗଡ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

ଭଂଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ନିକଟସ୍ତ ମୁଜାଗଡ ସରସ୍ୱତୀ ଶିଶୁ ମନ୍ଦିର ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୂଚନା ଲୋକ ସମ୍ପର୍କ ବିଭାଗ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ସମ୍ମାନିତ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ସଭାପତି ଅମରେନ୍ଦ୍ର ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ସୁକାନ୍ତି ସେଠୀ, ମୁଖ୍ୟ ବକ୍ତା ଭାବେ ବିପଦର ବନ୍ଧୁ ଅନୁଷ୍ଠାନ ର ଭଂଜନଗର ପରିଚାଳକ ଅରକ୍ଷିତ ପରିଛା, ଅନୁଷ୍ଠାନର ସଭାପତି କୈଳାଶ ଚନ୍ଦ୍ର ନାୟକ, ସମ୍ପାଦକ ସମୀର ବେହେରା, ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିହର ସାହୁ ମଞ୍ଚସ୍ଥ ରହିଥିଲେ। ସମ୍ପାଦକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ପ୍ରଧାନଶିକ୍ଷକ ବାର୍ଷିକ ବିବରଣୀ ପଠନ କରିଥିଲେ। ଅଞ୍ଚଳରେ ଥିବା ତଳ ଶ୍ରେଣୀର ଗରିବ ପିଲାମାନଙ୍କୁ ଯେଉଁ ମାନେ ଆର୍ଥିକ ଅଭାବ କାରଣରୁ ବିଦ୍ୟାଳୟକୁ ଆସି ପାରୁନାହାନ୍ତି ସେମାନଙ୍କ ସମସ୍ତ ଦାୟିତ୍ବ ବିପଦର ବନ୍ଧୁ ଅନୁଷ୍ଠାନ ବହନ କରିବ ବୋଲି ନିଜ ବକ୍ତବ୍ୟ ରେ ମୁଖ୍ୟ ବକ୍ତା ପ୍ରକାଶ କରିଥିଲେ। ବିଭିନ୍ନ ସଫଳତା ପାଇଥିବା ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ପୁଷ୍ପାଞ୍ଜଳି ସାହୁ ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ