ମୁଣ୍ଡାରୀ ବାନି ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶିତ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ଜାନୁଆରୀ ୧୯ ତାରିଖରେ ଅନୁଷ୍ଠିତ ହୋଇଥିବା ମୁଣ୍ଡାରୀ ବାନି ମେଧାବୃତ୍ତି ପରୀକ୍ଷାର ଫଳାଫଳ ଆଜି ଅଲ୍ ଗୁରୁ ରୋହିଦାସ ସିଂ ନାଗଙ୍କ ୯୧ତମ ଜନ୍ମଜୟନ୍ତୀ ପାଳନ ଅବସରରେ ଘୋଷିତ ହୋଇଛି । ଚଳିତବର୍ଷ ମୁଣ୍ଡାରୀ ବାନି ମେଧାବୃତ୍ତି ପରୀକ୍ଷାରେ ଟୁଙ୍କିବୁରୁ ମୁଣ୍ଡାରୀ ବିଦ୍ୟାଳୟ, ବହଳଦାର ଛାତ୍ରୀ ପୂଜା ସିଂ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗୌରି ସିଂ ଦ୍ବିତୀୟ ଏବଂ ଶିବାନୀ ସିଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ଅବସରରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟି ତରଫରୁ ଏକ ସ୍ବତନ୍ତ୍ର ସଭା ଆୟୋଜନ କରି ଉକ୍ତ ବୈଠକରେ ଉପସ୍ଥିତ ଥିବା ଅତିଥିମାନଙ୍କ ଦ୍ବାରା କୃତି ମେଧାବୀ ଛାତ୍ରୀ ମାନଙ୍କୁ ପ୍ରଥମ ମାସର ଅର୍ଥରାଶି ସହିତ ମାନପତ୍ର ପ୍ରଦାନ କରାଯାଇଥିଲା । ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ସାଧାରଣ ସମ୍ପାଦକ ଇଂ ସୁନାରାମ ସିଂ ସଭା ପରିଚାଳନା କରିଥିଲେ ଏବଂ ମୁଖ୍ୟ ଅତିଥି ଭାବରେ ମୁଣ୍ଡାରୀ ସମାଜ ସାଓଁୱାର ଜାମଡାର ସଭାପତି ନନ୍ଦଲାଲ ସିଂ ଯୋଗ ଦେଇଥିବା ବେଳେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ଆବାହକ ବିରବଲ୍ ସିଂ, ପର୍ଯ୍ୟବେକ୍ଷକ ରାମେଶ୍ବର ସିଂ, ଗୋପବନ୍ଧୁ ନଗର ବ୍ଲକ ଆବାହକ ଅନନ୍ତ ପ୍ରସାଦ ସିଂ, ଖୁଣ୍ଟା ବ୍ଲକ ଆବାହକ ରାଙ୍ଗା ସିଂ, ବାଉଁଶବିଲା ଗ୍ରାମପଞ୍ଚାୟତ ଆବାହକ ସୁନାରାମ ସିଂ, ଉମେଶ ଚନ୍ଦ୍ର ସିଂ, ପାହାନ୍ ରଘୁନାଥ ସିଂ, ମୁଣ୍ଡାରୀ ଶିକ୍ଷା ପରିଷଦର ସମ୍ପାଦକ ବୁଧିଆ ସିଂ, ମୁଣ୍ଡାରୀ ପରୀକ୍ଷା ନିୟନ୍ତ୍ରକ ଭଗବାନ ସିଂ, ଅବସରପ୍ରାପ୍ତ ରେଳ ଚାଳକ ଜେନା ପ୍ରସାଦ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ । ଭୁବନେଶ୍ବରରେ ପି.ଏଚ୍.ଡି. କରୁଥିବା ଛାତ୍ର ବୁଧୁ ସିଂ ଅଲ୍ ଗୁରୁଙ୍କ ଜୀବନୀ ଏବଂ ବର୍ତ୍ତମାନ ମୁଣ୍ଡାରୀ ବାନି ଲିପିର ସ୍ଥିତି ସମ୍ବନ୍ଧରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ