ମୁନ୍ନି ପରେ “ମୁନ୍ନା ବଦନାମ୍ ହୁଆ’ଗୀତ ରିଲିଜ୍‌

ଦବଙ୍ଗ-୩ର ଜବରଦସ୍ତ ଟ୍ରେଲର ରିଲିଜ୍ ହେବା ପରେ ଏବେ ବ୍ୟାକ୍ ଟୁ ବ୍ୟାକ୍ ଗୀତଗୁଡିକ ମଧ୍ୟ ରିଲିଜ୍ ହୋଇଛି । ଦବଙ୍ଗ ଫିଲ୍ମର ମୁନ୍ନି ବଦନାମ ହୁୟି..ଗୀତଟି ଦର୍ଶକଙ୍କଠାରେ ବେଶ୍ ଲୋକପ୍ରିୟ ହୋଇଥିବାବେଳେ ଦବଙ୍ଗ-୩ରେ ମୁନ୍ନି ନୁହେଁ, “ମୁନ୍ନା ବଦନାମ୍ ହୁଆ’ ଗୀତଟିର ଅଡିଓ ରିଲିଜ୍ କରିଛନ୍ତି ଚୁଲବୁଲ ପାଣ୍ଡେ । ଗୀତଟି ମଧ୍ୟ ଦର୍ଶକଙ୍କ ଦ୍ୱାରା ବେଶ୍ ଆଦୃତ ଲାଭ କରିବ ବୋଲି ଆଶା ରଖିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ । ଏହି ଗୀତଟିକୁ କମ୍ପୋଜ କରିଛନ୍ତି ହିଟ୍ ଯୋଡି ସାଜିଦ୍‌-ନାଜିଦ୍ । ଏଥର ପୋଲିସବାଲା ଗୁଣ୍ଡା ହୋଇ ଦର୍ଶକଙ୍କ ପାଖକୁ ଆସୁଛନ୍ତି ଚୁଲବୁଲ ପାଣ୍ଡେ ବା ସଲମାନ ଖାନ । ଟ୍ରେଲରରେ ଦମଦାର ଆକ୍ସନ ଡ୍ରାମା ସହିତ ଭାଇଜାନଙ୍କ କମେଡି ଦେଖିବାକୁ ପାଇବେ ଦର୍ଶକ । ଦବଙ୍ଗ-୩ରେ ସଲମାନଙ୍କ ସହ ମୁଖ୍ୟ ଭୂମିକାରେ ଦୁଇ ଜଣ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବେ । ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବ୍ୟତୀତ ଏହି ଫିଲ୍ମରେ ନବାଗତା ସାଇ ମଙ୍ଗେସକରଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଅନ୍ୟପକ୍ଷରେ ଦକ୍ଷିଣ ଫିଲ୍ମ ଜଗତର ଅଭିନେତା ସୁଦିପ ଖଳନାୟକ ଭୂମିକାରେ ନଜର ଆସିବେ । ପ୍ରଭୁଦେବା ଦବଙ୍ଗ-୩ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସଲମାନଙ୍କ ଭାଇ ଅରବାଜ ଖାନ । ଦବଙ୍ଗ-୩ ଟ୍ରେଲର ରିଲିଜ ପରେ ବର୍ତ୍ତମାନ ଫିଲ୍ମ ରିଲିଜକୁ ନେଇ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଆସନ୍ତା ଡିସେମ୍ବର ଖ୍ରୀଷ୍ଟମାସ ଅବସରରେ ବଡ ପରଦାରେ ଫିଲ୍ମଟି ରିଲିଜ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ