ମୂଲ୍ୟବାନ ଚୋରା ଶାଗୁଆନ କାଠ ଗାଡି ଜବତ ଡ୍ରାଇଭର ଗିରଫ
କାଶୀନଗର, (ରାଜେଶ କୁମାର):କାଶୀନଗର ବନାଞ୍ଚଳ ଅଧୀନସ୍ତ ରାଜ୍ୟ ରାଜପଥ ର କଇଠପଦର ଗ୍ରାମ ଠାରେ କାଶୀନଗର ଥାନା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୂଲ୍ୟବାନ ଶାଗୁଆନ କାଠ ବୋଝେଇ ଗାଡି ଚୋରା ରେ ଚାଲାଣ ହେଉଥିବା ଜାଣିପାରି ଗାଡି କୁ ଜବତ କରିଥିଲେ । ଏହି ଗାଡି କୁ କାଶୀନଗର ବନାଞ୍ଚଳ ରେଞ୍ଜର ଙ୍କୁ ହସ୍ତାନ୍ତର କରିଥିଲେ। ଘଟଣା ରୁ ପ୍ରକାଶ ଯେ ମେକ୍ସ ପିକଅପ ନମ୍ବର AP 28 PA 5380 ଗାଡି ରେ ଶାଗୁଆନ କାଠ 54 CFT ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା ମୂଲ୍ୟ ହେବ ବୋଲି ଆକଳନ କରାଯାଇଛି। ଚୋରା ଚାଲାଣ ଅଭିଯୋଗ ରେ ଗାଡି ର ଡ୍ରାଇଭର ସମେଶ ଶବର ଙ୍କୁ ଗିରଫ କରଯାଇ କୋର୍ଟ ଚାଲାଣ କରାଯାଇଛି। ଫୋରେଷ୍ଟ ଆଇନ ଅନୁଯାଇ ମକଜମା କରାଯାଇଛି ।


