ଦିବ୍ୟ ଜୀବନ ସଙ୍ଘ ତରଫରୁ ଅଠର ଅଧ୍ୟାୟ ଗୀତା ଜୟନ୍ତୀ ର ଆୟୋଜନ

କାଶୀନଗର, (ରାଜେଶ କୁମାର): କାଶୀନଗର ଠାରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ମାର୍ଗଶିର ମାସ ର ପ୍ରତ୍ୟେକ ଏକାଦଶୀ ତିଥି ରେ ଏଠାରେ ଥିବା ଦିବ୍ୟ ଜୀବନ ସଙ୍ଘ ତରଫରୁ ଅଠର ଅଧ୍ୟାୟ ଗୀତା ଜୟନ୍ତୀ ର ଆୟୋଜନ କରାଯାଇଛି. ଏହି ଗୀତା ଜୟନ୍ତୀ କାର୍ଯ୍ୟକ୍ରମରେ ଜଗନ୍ନାଥ ମନ୍ଦିର ମହନ୍ତ ଶ୍ରୀ ପଦ୍ମଲୋଚନ ଦାଶ ମହାରାଜ ଜୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନ ରେ ହେଉଥିବା ବେଳେ ଦିବ୍ୟ ଜୀବନ ସଦସ୍ୟ ସୁବାସ ବିଶେଷ ରାୟ, ସୁରେଶ ଚନ୍ଦ୍ର ବିଶେଷ ରାୟ ଓ ଏଲ ଲାଉଡୁ, ବରିଷ୍ଠ ସମାଜସେବୀ ହୃଷିକେଶ ଗୌଡ଼ ଙ୍କ ସହ ପ୍ରେସ କ୍ଲବ ସଭାପତି ଆନନ୍ଦ ପାତ୍ର ଯୋଗ ଦେଇଥିଲେ. ଏହି କାର୍ଯ୍ୟକ୍ରମ ରେ କାଶୀନଗର ଅଞ୍ଚଳର ବହୁ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଯଂଜ୍ଞର ପୂର୍ଣ୍ଣାହୁତି ପରେ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ