ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମୃତ୍ତିକା ସଂରକ୍ଷଣ ଭବନରେ ଆଜି ଲିନସି ଫାଉଣ୍ଡେସନର ସହଯୋଗରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସେଣ୍ଟୁରିଅନ ବିଶ୍ୱବିଦ୍ୟାଳୟର ପ୍ରକଳ୍ପ ପରାମର୍ଶଦାତା ଡଃ ସୌରଭ ବର୍ମନ, ମୃତ୍ତିକା ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ଡଃ ଅରୁଣାଭ ପାଲ ଏବଂ ସିସିଡିର ନିର୍ଦ୍ଦେଶକ ଜଗନ୍ନାଥ ରାଜୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିରାଙ୍ଗୋ ଓ ଏଙ୍ଗାରସିଂ ପଞ୍ଚାୟତର ୭ଟି ଗ୍ରାମର ୧୨୬ ଜଣ କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା। ଏହି ଅବସରରେ ବିଶେଷଜ୍ଞମାନେ ମୃତ୍ତିକା ପରୀକ୍ଷଣର ଗୁରୁତ୍ୱ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଚାଷୀମାନେ କିପରି ନିଜ ଜମିର ପୋଷକ ତତ୍ତ୍ୱ ସମ୍ପର୍କରେ ସଠିକ ସୂଚନା ପାଇପାରିବେ ସେ ସମ୍ବନ୍ଧରେ ଅବଗତ କରାଇଥିଲେ। ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା କୃଷକମାନେ ବୈଜ୍ଞାନିକ ପଦ୍ଧତିରେ ସାର ପ୍ରୟୋଗ କରିପାରିବେ, ମୃତ୍ତିକାର ଉର୍ବରତା ବୃଦ୍ଧି କରିବା ସହ ଫସଲ ଉତ୍ପାଦନ ବଢ଼ାଇପାରିବେ ଏବଂ କୃଷି ଖର୍ଚ୍ଚ କମାଇ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହନ ଦେଇପାରିବେ। ଏହି ପଦକ୍ଷେପ କୃଷକମାନଙ୍କ ଆୟ ବୃଦ୍ଧି ଓ କୃଷିର ସାମଗ୍ରିକ ଉନ୍ନତିରେ ସହାୟକ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ