ମୃତ୍ୟୁ ମୁଖରୁ ରକ୍ଷା ପାଇଲା ମାଈ କୃଷ୍ଣସାର ମୃଗ

ବୁଗୁଡା, (ଅନିଲ କୁମାର ମହାରଣା):ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳର ପ୍ରତାପ ଧନଞ୍ଜୟ ପୁର ଶାସନ ଗ୍ରାମ ନିକଟରେ ନଭେମ୍ବର ୨୨ ତାରିଖ ଦିନ ଏକ କୃଷ୍ଣସାର ମୃଗ ବୁଲା କୁକୁରମାନଙ୍କ ଦଳବଦ୍ଧ ଆକ୍ରମଣରୁ ରକ୍ଷା ପାଇ ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବା ଜଣାପଡିଛି। ପ୍ରତାପ ଧନଞ୍ଜୟ ପୁର ଶାସନ ଗ୍ରାମ ନିକଟରେ ବୁଲା କୁକୁରମାନେ ଏକ ମାଈ କୃଷ୍ଣସାର ମୃଗକୁ ଦଳବଦ୍ଧ ଭାବେ ଆକ୍ରମଣ କରୁଥିବା ସମୟରେ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଶିକ୍ଷକ ଗୌରୀ ଶଙ୍କର ମିଶ୍ର ଏହା ଦେଖି କୁକୁରମାନଙ୍କ କବଳରୁ ମୃଗକୁ ଉଦ୍ଧାର କରିବା ସହ ପ୍ରାଥମିକ ଚିକିତ୍ସା କରିଥିଲେ। ପରେ ଶ୍ରୀ ମିଶ୍ର ବୁଗୁଡ଼ା ବନ ବିଭାଗକୁ କୃଷ୍ଣସାର ମୃଗ ଆହତ ହୋଇଥିବା ବିଷୟରେ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି କୃଷ୍ଣସାର ମୃଗକୁ ବୁଗୁଡା ପ୍ରାଣୀ ଚିକିତ୍ସାଳୟକୁ ଆଣି ଚିକିତ୍ସା କରିଥିଲେ। ବନ୍ୟପ୍ରାଣୀ କୃଷ୍ଣସାର ମୃଗ ଗଞ୍ଜାମ ଜିଲ୍ଲା ପାଇଁ ଗର୍ବ ଆଣିପାରିଥିବା ବେଳେ ଅନେକ ସମୟରେ କୃଷ୍ଣସାର ମୃଗମାନେ ଏହିପରି ବୁଲା କୁକୁରଙ୍କ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଉଥିବା ବେଳେ ସମସ୍ତେ କୃଷ୍ଣସାର ମୃଗକୁ ସୁରକ୍ଷିତ ଦେବାକୁ ଉଦ୍ୟମ କରିବାକୁ ପ୍ରକୃତି ବନ୍ଧୁ ତଥା ତାଳସାକର ହାଇ ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ