ମୃତ କର୍ମଚାରୀଙ୍କ ପତ୍ନୀଙ୍କୁ ଓଷ୍ଟାର ଆର୍ଥିକ ସହାୟତା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଚକ୍ରୋଡା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସ୍ୱର୍ଗତ ଭରତ ଚନ୍ଦ୍ର ସାହୁଙ୍କ ପତ୍ନୀ ମାମିନା ସାହୁଙ୍କୁ ଓଷ୍ଟା ପକ୍ଷରୁ ମୃତ୍ୟୁ କାଳୀନ ଅନୁକମ୍ପା ରାଶି ବାବଦରେ ୫ହଜାର ଟଙ୍କା ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମସ୍ଥିତ ତାଙ୍କ ବାସଭବନରେ ରାଜ୍ୟ ଓଷ୍ଟା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଣବ କୁମାର ଜେନା, ସମ୍ପାଦକ ଅଲେଖ ଚନ୍ଦ୍ର ମହାନ୍ତି, ଉପସଭାପତି ବାବାଜୀ ଚରଣ ବାରିକ, ଯୁଗ୍ମ ସମ୍ପାଦକ ନାରାୟଣ ଚନ୍ଦ୍ର ପଣ୍ଡା ପ୍ରମୁଖ ପହଞ୍ଚି ତାଙ୍କ ପତ୍ନୀ ମାମିନା ସାହୁଙ୍କୁ ଓଷ୍ଟା ପକ୍ଷରୁ ୫ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଅର୍ଥରାଶି ପ୍ରଦାନ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର ପ୍ରସାଦ ଦ୍ୱିବେଦୀ, ଶିକ୍ଷକ ବିଜୟାନନ୍ଦ ସାହୁ, ବିଦ୍ୟାଳୟର କର୍ମଚାରୀ ଦୀନବନ୍ଧୁ ଘଡାଇ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗତ ସାହୁ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ(ଓଷ୍ଟା)ର ସଦସ୍ୟ ହୋଇଥିବା ବେଳେ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀଙ୍କର ବିୟୋଗ ହେଲେ ମୃତ ପରିବାର ସଦସ୍ୟଙ୍କୁ ୫ହଜାର ଟଙ୍କାର ମୃତ୍ୟୁକାଳୀନ ଅନୁକମ୍ପା ରାଶି ଓଷ୍ଟା ପକ୍ଷରୁ ପ୍ରଦାନ କରାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ