ମେଡ଼ିସିନ ସେଲ୍ସମ୍ୟାନ ଙ୍କୁ ଭୁଜାଲି ଦେଖାଇ ଦେଢ଼ ଲକ୍ଷ ଟଙ୍କା ଲୁଟ

ନିମାପଡ଼ା, (ସନ୍ତୋଷ ଦାଶ):ପିପିଲି -ଚାରିଛକ ମୁଖ୍ୟ ରାସ୍ତା ର ନିମାପଡ଼ା ଶୀତଳ ଭଣ୍ଡାର ନିକଟରେ ଚାରିଜଣ ଦୁର୍ବୃତ୍ତ ଦୁଇଟି ବାଇକ ରେ ଆସି ଭୁଜାଲି ଦେଖାଇ ଜଣେ ମେଡ଼ିସିନ ସେଲ୍ସ ମ୍ୟାନ ଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିବା ନେଇ ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି ।ଭୁବନେଶ୍ୱର ଚକେଇ ସିଆଣୀ ଅଞ୍ଚଳର ଏକ ମେଡ଼ିସିନ ହୋଲସେଲର ଙ୍କ ସେଳ୍ସ ମ୍ୟାନ ସୀତାକାନ୍ତ ମହାପାତ୍ର ନିମାପଡ଼ା ଅଞ୍ଚଳରେ ଔଷଧ ଦୋକାନୀ ମାନଙ୍କୁ ବରାଦ ଅନୁଯାୟୀ ଔଷଧ ବିକ୍ରୀକରି ସେମାନଙ୍କ ଠାରୁ ଟଙ୍କା ଆଦାୟ କରି ଗତ କାଲି ସନ୍ଧ୍ୟାରେ ଏକ ଡେଲିଭରୀ ଭ୍ୟାନ ରେ ଭୁବନେଶ୍ୱର ଫେରୁଥିଲେ ।ଏହି ସମୟରେ ନିମାପଡ଼ା ଶୀତଳ ଭଣ୍ଡାର ନିକଟରେ ଚାରି ଜଣ ଦୁର୍ବୃତ୍ତ ଦୁଇଟି ବାଇକ ରେ ଆସି ଡେଲିଭରୀ ଭ୍ୟାନ କୁ ଅଟକାଇ ଗାଡ଼ି ଚାଳକ ଓ ସୀତାକାନ୍ତ ଙ୍କ ବେକରେ ଭୁଜାଲି ଲଗାଇ ଟଙ୍କା ବ୍ୟାଗ୍ କୁ ଛଡାଇ ନେଇ ନିମାପଡ଼ା ଆଡ଼କୁ ଦୃତ ଗତିରେ ପଳାଇଥିଲେ ।ସୀତାକାନ୍ତ ଙ୍କ ଅଭିଯୋଗ ଅନୁଯାୟୀ ବ୍ୟାଗ୍ ରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ରହିଥିଲା । ଏ ନେଇ ନିମାପଡ଼ା ଥାନାରେ ଅଭିଯୋଗ ହେବା ପରେ ପୋଲିସ କେସ ନମ୍ବର ୪୨୭/୨୨ ରେ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ବ୍ୟବସାୟୀ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଚାରିଛକ – ନିମାପଡା ମୁଖ୍ୟ ରାସ୍ତା ରେ ପୋଲିସ ପକ୍ଷରୁ ନିୟମିତ ପାଟ୍ରୋଲିଂ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ