ବି ଏସ ଏନ ଏଲ କାର୍ଯ୍ୟାଳୟରୁ ଚୋରି ଟେଲିଫୋନ ସେବା ବ୍ୟାହତ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ବ୍ଲକ ଅନ୍ତର୍ଗତ ଚାରିଛକ ସ୍ଥିତ ବିଏସଏନଏଲ କାର୍ଯ୍ୟାଳୟରୁ ଲକ୍ଷାଧିକ ଟଙ୍କାର ଲାଣ୍ଡ ଲାଇନ ଓ ମୋବାଇଲ ସାମଗ୍ରୀ ଚୋରି ହୋଇଯାଇଥିବା ନେଇ ଚାରିଛକ ଫାଣ୍ଡିରେ ଅଭିଯୋଗ ହୋଇଛି ।ଅଭିଯୋଗ ଅନୁଯାୟୀ ଚାରିଛକ ଟେଲିଫୋନ ଅଫିସ ଦାୟିତ୍ୱରେ ଥିବା ଲାଇନ ମ୍ୟାନ ବାବୁରାମ ସ୍ବାଇଁ ପ୍ରତିଦିନ ଭଳି ଗତକାଲି କାର୍ଯ୍ୟାଳୟ ବନ୍ଦ କରି ଘରକୁ ଯାଇଥିଲେ ।ଆଜି ସକାଳ ସାତଟା ରେ କାର୍ଯ୍ୟାଳୟ ଖୋଲିବା ବେଳେ ଗେଟ ତାଲା ଭଙ୍ଗା ଯାଇଥିବା ଦେଖି ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ।ବିଭାଗୀୟ ଉପଖଣ୍ଡ ଅଧିକାରୀ ସତିକଣ୍ଠ ଜେନା ଅଫିସ ରେ ପହଞ୍ଚି ଦେଖିବାରେ କାର୍ଯ୍ୟାଳୟରୁ କେହି ଦୁର୍ବୃତ୍ତ ୯ ଟି ମଡୁଲ ,୬୦ ଟି କାର୍ଡ ,ଦୁଇଟି ବ୍ୟାଟେରୀ ,ତିନୋଟି ମୋବାଇଲ କାର୍ଡ ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ ।ଚୋରି ସାମଗ୍ରୀର ଆନୁମାନିକ ମୂଲ୍ୟ ୧,୩୭ ,୦୦୦ ଟଙ୍କା ହେବ ବୋଲି ଅଭିଯୋଗ ହୋଇଛି ।ଶ୍ରୀ ଜେନା ଏ ସମ୍ପର୍କ ରେ ଚାରିଛକ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ଚାରିଛକ ଫାଣ୍ଡି ଅଧିକାରୀ ଶିଶିର ମହାନ୍ତି ଘଟଣା ସ୍ଥଳକୁ ଯାଇ ଘଟଣା ର ତଦନ୍ତ କରିଛନ୍ତି ।ଚୋରି ପରେ ସମଗ୍ର ଚାରିଛକ ଅଞ୍ଚଳରେ ବିଏସଏନଏଲ ଲ୍ୟାଣ୍ଡ ଲାଇନ ସେବା ବନ୍ଦ ହୋଇଯାଇଥିବା ଜଣାପଡିଛି ।


