ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପଂଚାୟତ ସ୍ତରକୁ ଯିବ ଆନ୍ଦୋଳନ

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଆନ୍ଦୋଳନକୁ ପଂଚାୟତ ଅଭିମୁଖୀ କରାଯିବ । ପ୍ରତି ପଂଚାୟତରେ ଜିଲ୍ଲାର ଏହି ଯଥାର୍ଥ ଦାବିପ୍ରତି ସଚେତନତା ସୃଷ୍ଟି କରାଯିବା ସହ ଜନଜାଗରଣ କାର୍ଯ୍ୟକ୍ରମକୁ ଅଧିକ ତୀବ୍ର କରାଯିବ । ପ୍ରତି ପଂଚାୟତରେ ଏହି ଦାବି ପ୍ରତି ସମର୍ଥନ ଜଣାଇ ପ୍ରସ୍ତାବ ଗୃହୀତ କରାଇବା ସହ ତାକୁ ବ୍ଲକ ପ୍ରଶାସନ ପାଖକୁ ପଠାଯିବ । ଏଥିସହିତ ଚଳିତ ମାସ ୨୫ ତାରିଖରେ ମିଳିତ କିୟ୍ରାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ ବିଧାନସଭା ଚାଲୁଥିବା ବେଳେ ଭୁବନେଶ୍ୱର ଯାଇ ଜିଲ୍ଲାର ସମସ୍ତ ବିଧାୟକଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରାଯିବା ସହ ଦାବିପତ୍ର ପ୍ରଦାନ କରାଯିବ ଓ ମେଡିକାଲ କଲେଜ ସ୍ଥାପନର ଯଥାର୍ଥକୁ ଜନ ସାଧାରଣଙ୍କୁ ଅବଗତ କରାଇବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ଏହାର ବିଶଦ ବିବରଣୀ ପ୍ରଦାନ କରାଯିବ ବୋଲି ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ବିଗତ ଗଣଧାରଣା କାର୍ଯ୍ୟକ୍ରମର ସମୀକ୍ଷା ବୈଠକରେ ନିଷ୍ପତି ନିଆଯାଇଛି । ମେଡିକାଲ କଲେଜ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକରେ ଅଧ୍ୟାପକ ଅଜୟ ସାମଲ, ରମଣୀ ରଞ୍ଜନ ରାଉତରାୟ, ଗୟାଧର ଧଳ, ଆଦିକନ୍ଦ ରାଉଳ, ପ୍ରଫୁଲ୍ଲ କୁମାର ଦାସ, ମୁକ୍ତାର ଖାଁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ