ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

କେନ୍ଦ୍ରାପଡ଼ା,(ଚିତ୍ତରଂଜନ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଟୁବିହୁଡ଼ା ଗାମରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣର ଶିକାର ମହିଳାଙ୍କ ନାମ ପ୍ରେମଲତା ସ୍ୱାଇଁ । ଏ ନେଇ ସଦର ଥାନାରେ ଅଭିଯୋଗ ହୋଇଛି । ପାରିବାରିକ କହଳରୁ ଏହି ଆକ୍ରମଣ ହୋଇଛି । ପ୍ରେମଲତାଙ୍କ ଦିଅର ଓ ପୁତୁରା ଏହି ଆକ୍ରମଣ କରିଛନ୍ତି ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି । ପ୍ରେମଲତାଙ୍କ ମୁଣ୍ଡକୁ ଏକ ଫାର୍ସାରେ ଆକ୍ରମଣ କରାଯାଇଛି । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସ୍ୱାସ୍ଥାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ପଠାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ