ମେଲୋଡି କାର୍ଯ୍ୟକ୍ରମରେ ଆମ ଚଇତାଳି ଉଦଯାପିତ

ନିମାପଡା, (ସନ୍ତୋଷ ଦାଶ):ନିମାପଡା ପ୍ରେସକ୍ଲବ ଦ୍ବାରା ଆୟୋଜିତ ବସନ୍ତର ପର୍ବ ଆମ ଚଇତାଳିର ପଞ୍ଚମ ତଥା ଶେଷ ସନ୍ଧ୍ୟାର ମୁକ୍ତାକାଶ ମଞ୍ଚରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଅତିଥି ଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ସାହୁ, ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ,ଜିଲ୍ଲା ସାମ୍ୱାଦିକ ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ସମ୍ପାଦକ ଜ୍ୟୋତିରଞ୍ଜନ ବେହେରା, ପ୍ରେସ କ୍ଲବ ସଭାପତି ରଞ୍ଜନ କୁମାର ପଟ୍ଟନାୟକ ଓ ସମ୍ପାଦକ ରାଜ କିଶୋର ଦାଶ।ଏହି ଅବସରରେ ସାମ୍ବାଦିକ ପ୍ରତାପ ମହାନ୍ତି, ଶରତ ସେନାପତି,ବିଚିତ୍ରାନନ୍ଦ ସାହୁ,ସତେନ୍ଦ୍ର ମୋହନ ମହାନ୍ତି,ଚିତ୍ତରଞ୍ଜନ ମହାନ୍ତି, ବିଭୂତି ମହାପାତ୍ର,ସଞ୍ଜୟ ପତି, ଶିକ୍ଷାବିତ୍ ଓ କବି ଲିଙ୍ଗରାଜ ଦାଶ,ସ୍ୱାଧୀନ କୁମାର ସାହୁ,ରମେଶ ଚନ୍ଦ୍ର ନାୟକ, ସମାଜସେବୀ ବିକ୍ରମ କେଶରୀ ସାମଲ, ଅକ୍ଷୟ କୁମାର ସାହୁ,କ୍ରୀଡାବିତ୍ ଅକ୍ଷୟ ବେହେରା, ଏସ ଡି ପି ଓ ଦେବାଶିଷ ମିଶ୍ର, ଆଇ.ଆଇ.ସି ଶଙ୍କର୍ଷଣ ଦଳାଇ ଫାର୍ମାସିଷ୍ଟ ଆଇ .ତ୍ରିନାଥ ପାତ୍ର, ପରିମଳ ଅଧିକାରୀ ବିଜୟ କୁମାର ଗ୍ରହାଚାଯ୍ୟ ଓ ମାତୃଶକ୍ତି ଫାଉଣ୍ଡେସନର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ନିମାପଡ଼ା ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ବାରା ରାମ୍ପ ସୋ ଅନୁଷ୍ଠିତ ହୋଇଥିଲା।ନିରଞ୍ଜନ ପଳତା ଓ ପ୍ରଜ୍ଞା ପାରମିତା ନାୟକ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରେସ କ୍ଲବର ସମସ୍ତ ସଦସ୍ୟ/ସଦସ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଶେଷରେ ସୁରତରଙ୍ଗ ଓ ଇରା ମହାନ୍ତିଙ୍କ ପକ୍ଷରୁ ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ