‘ମୋନା’ପକ୍ଷରୁ ଗାନ୍ଧୀ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା) :‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ ମୋନା ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ମୋନା’ର ସଭାପତି ଆଇନଜୀବୀ ପ୍ରଭାକର ସାହୁ, ସାଧାରଣ ସମ୍ପାଦିକା ମମତା ମହାପାତ୍ରଙ୍କ ସମେତ ସଙ୍ଗଠନର ଅନ୍ୟାନ୍ୟ କର୍ମକର୍ତ୍ତା ତଥା ବହୁ ସଦସ୍ୟ ସଦସ୍ୟା ସହରର ସହିଦ ପାର୍କସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । କଲ୍ୟାଣୀ ନନ୍ଦ ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନ ତୋ…ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. କ୍ଷିତୀଶ୍ୱର ଦାଶ, ଗୌରାଙ୍ଗ ପାଣିଗ୍ରାହୀ, ନିରଞ୍ଜନ ରାଉତ, ଅର୍ଚ୍ଚନା ନନ୍ଦୀ, ସରସ୍ୱତୀ ପଣ୍ଡା, ନିରଞ୍ଜନ ପରିଡ଼ା, ବେଣୁଧର ସାହୁ, ପ୍ରସନ୍ନ ପାଢ଼ୀ, ଯତୀନ ପାତ୍ର, ରମେଶଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର୍ର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା, ବାସନ୍ତୀ କର,ସମରେନ୍ଦ୍ର ଦାସ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ