ଜିଲା ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା) : ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଅକ୍ଟୋବର ୨ ତାରିଖ, ଗାନ୍ଧୀ ଜୟନ୍ତୀଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦଳ ପକ୍ଷରୁ ଆରମ୍ଭ ହୋଇଛି ବିଭିନ୍ନ ସମାଜ ସେବା କାର୍ଯ୍ୟ । ଏହି କ୍ରମରେ ଜିଲା ବିଜେଡି ପକ୍ଷରୁ ସହରର ସିନେମା ଛକ, ସହିଦ ପାର୍କରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏଥି ସହିତ ସହରର ବିଭିନ୍ନ ସ୍ଥାନରେ ଥିବା ଅନ୍ୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା । ଜିଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ଦାସ, ସୁଧାଂଶୁ ଶେଖର ପରିଡ଼ା, ସ୍ୱରୂପ କୁମାର ଦାସ, ରାଜ୍ୟ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା, ରାଜ୍ୟ ମହିଳା ବିଜେଡି ଉପ-ସଭାପତି ଶ୍ରଦ୍ଧାଞ୍ଜଳି ରାୟ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଜିଲା ବିଜେଡି ଉପସଭାପତି ଗୌରୀକୁମାର ରାଉତ, ଭୁବନାନନ୍ଦ ଦାସ, ସାଧାରଣ ସମ୍ପାଦକ ବରଦାପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ କୁମାର ସାହୁ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ସାମଲ, ଜିଲା ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ଶତ୍ରୁଘ୍ନ ମଲ୍ଲିକ, ଜିଲା ଯୁବ ବିଜେଡି ସଭାପତି ତାପସ ପରିଡ଼ା, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ତାପସ ପାଣିଗ୍ରାହୀ, ଶ୍ରମିକ ନେତା ଅରୁଣ କୁମାର ସ୍ୱାଇଁ, ବାଲେଶ୍ୱର ଟାଉନ ବିଜେଡି ସଭାପତି ସନତ ଦାସ, ଟାଉନ ଯୁବ ବିଜେଡି ସଭାପତି ଉମାଶଙ୍କର ତିଆଡ଼ି, ଜିଲା ଯୁବ ବିଜେଡି ଉପସଭାପତି ବ୍ରଜକିଶୋର ପ୍ରଧାନ, ଜିଲା ବିଜୁ ମହିଳା ଜନତା ଦଳ ଉପସଭାପତି ରଞ୍ଜିତା ମହାପାତ୍ର, ବରିଷ୍ଠ ନେତା ଗିରୀଶ ଚନ୍ଦ୍ର ଦାଶ, ଗୌରୀକୁମାର ବାରିକ, ଯାଦବେଶ ମିଶ୍ର, ପ୍ରଦୀପ୍ତ କୁମାର ମହାପାତ୍ର, ମନୋଜ କୁମାର ରାଉତ, ଅଶ୍ୱିନୀ ମହାପାତ୍ର, ସାହିରୁଲ ହକ, ଅଶୋକ ପାଣିଗ୍ରାହୀ, ଜୀତେନ୍ଦ୍ର ଉପାଧ୍ୟାୟ, ଚକ୍ରଧର ମହାନ୍ତି, ସୂର୍ଯ୍ୟକାନ୍ତ କର, ବିଶ୍ୱଜିତ ମହାପାତ୍ର, ଶାନ୍ତନୁ ଦାସ, ବିଶ୍ୱଜିତ ଦାସ, ମହିଳାନେତ୍ରୀ ମିନତୀ ସେଠୀ, ରାଜଲକ୍ଷ୍ମୀ ପାଣିଗ୍ରାହୀ, ମୋନାଲିସା ପାଣିଗ୍ରାହୀ, ଆଶ୍ରିତ ତରେଇ, ହରପ୍ରିୟା ରଣା, ଜୟନ୍ତୀ ଦତ୍ତ, ଯୁବ ନେତା ସଞ୍ଜୀବ ଦାସ, ଭରତ ଭୂଷଣ ଦାସ, କୈଳାଶ ତରାଇ, ଭବାନୀ ପଣ୍ଡା, ମନୋଜ କୁମାର ଆଚାର୍ଯ୍ୟ, ଛାତ୍ରନେତା ଶୁଭମ ସାଇ ମହାପାତ୍ରଙ୍କ ସମେତ ବହୁ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଆସନ୍ତା ମାସକ ପାଇଁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମଧ୍ୟରେ ରକ୍ତଦାନ ଶିବିର, ବୃକ୍ଷ ରୋପଣ ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।


