ମୋସନ କୋଚିଂ ସେଣ୍ଟରରେ ଗଣନାଥଙ୍କ ପୂଜା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆଜି ପ୍ରସିଦ୍ଧ ଗଣେଶ ଚତୁର୍ଥୀ ଅବସରରେ ବିଘ୍ନରାଜ ଶ୍ରୀ ଶ୍ରୀ ଗଣନାଥଙ୍କ ପୂଜାତ୍ସୋବ ସ୍ଥାନୀୟ ମୋସନ କୋଚିଂ ସେଣ୍ଟର ଆନୁକୂଲ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନ ୧୧ଘଟିକା ସମୟରେ କୋଚିଂ ସେଣ୍ଟରର ସମସ୍ତ ଛାତ୍ରଛାତ୍ରୀ ଓ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଗୁଣନିଧି ଜଗତି, ଶରତ କୁମାର ବେହୁରା, ସୁଶିଲ କୁମାର ସାମଲ, ଅଶୋକ କୁମାର ମହାନ୍ତି, ବିଶ୍ୱଜିତ ରାୟ, ପ୍ରଦୀପ କୁମାର ଜେନା, ପ୍ରଦୀପ କୁମାର ସିଂ ପ୍ରମୁଖ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ମନୋରଞ୍ଜନ ପାତ୍ର, ରାକେଶ କୁମାର ଘଡେଇ, ଲକ୍ଷ୍ମୀପ୍ରିୟା ନାୟକ, ରାଜରାଣୀ ଦେହୁରୀ ପ୍ରମୁଖ ପୂଜାତ୍ସୋବକୁ ପରିଚାଳନା କରିଥିଲେ । ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।


