କେନ୍ଦ୍ରାପଡା ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜନଚେତନା କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଚାଲିଥିବା ଆନ୍ଦୋଳନକୁ ସଫଳ କରିବା ପାଇଁ କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ୨୧ନମ୍ବର ୱାର୍ଡର କଜଳା ଠାରେ ଏକ ଜନଚେତନା କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । କ୍ରିୟାନୁଷ୍ଠାନ କମିଟିର ସମ୍ପାଦକ ରମଣୀରଞ୍ଜନ ରାଉତରାୟଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କମିଟି ସଭାପତି ଅଧ୍ୟାପକ ଅଜୟ ସାମଲ, ଆବାହକ ମଣ୍ଡଳୀ ସଭ୍ୟ ମୁକ୍ତାର ଖାଁ, ଆଦିକନ୍ଦ ରାଉଳ, ଭାଗୀରଥି ଜେନା , ସତ୍ୟରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠାର ଆବଶ୍ୟକତା ସମ୍ପର୍କରେ ସମବେତ ମହିଳାମାନଙ୍କୁ ଅବଗତ କରାଇଥିଲେ । ଉପସ୍ଥିତ ମହିଳାମାନଙ୍କ ମଧ୍ୟରୁ ସୁହାନା ବିବି, ପୂର୍ବତନ କାଉନସିଲର ବାହାଲୀ ଟୁଡୁ, ତନୁସା ଥାପ୍ପା, ଲକ୍ଷ୍ମୀପ୍ରିୟା କର, ତପସ୍ୱିନୀ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଆସନ୍ତା ୨୩ତାରିଖରେ ହେବାକୁ ଥିବା ଅର୍ଥନୈତିକ ଅବରୋଧକୁ ସଫଳ କରିବାରେ ଶତାଧିକ ସଂଖ୍ୟାରେ ଅଂଶଗ୍ରହଣ କରି ପୂର୍ଣ୍ଣମାତ୍ରାରେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।


