ମୋହନାକୁ ଏନଏସି ଦାବି ନେଇ ଲୋକେ ଭେଟିଲେ ନଗର ଉନ୍ନୟନ ମନ୍ତ୍ରୀ ଓ ସାଂସଦ ମାନସ ମଙ୍ଗରାଜଙ୍କୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ମୋହନାକୁ ଏନଏସି ଗଠନ କରିବା ଦାବି ନେଇ ଅଞ୍ଚଳବାସୀ ନଗର ଉନ୍ନୟନ ମନ୍ତ୍ରୀ ଓ ସାଂସଦ ମାନସ ମଙ୍ଗରାଜଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି. ଘଟଣାରୁ ପ୍ରକାଶ, ରାଜ୍ୟ ସରକାର ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ୩୫ ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରିବା ନିମନ୍ତେ ଘୋଷଣା କରିଥିଲା ବେଳେ ଦୀର୍ଘ ଦିନରୁ ମୋହନା ଗ୍ରାମ ପଞ୍ଚାୟତ କୁ ଏନ ଏ ସି ଗଠନ କରିବା ନିମନ୍ତେ ଦାବୀ ହୋଇ ଆସୁଥିବା ବେଳେ ରାଜ୍ୟ ସରକାର ନିରପେକ୍ଷତା ଅବଲମ୍ବନ କରିନଥୁବା ଅଭିଯୋଗ ହୋଇଛି। ଏହାକୁ ଦୃଷ୍ଟିରେ ରଖ୍ ଅଞ୍ଚଳବାସୀ ରାଜ୍ୟ ସରକାର ଙ୍କ ଦୃଷ୍ଟିକୁ ଆଣି ମୋହନା ପଞ୍ଚାୟତ କୁ ଏନ ଏ ସି ଘୋଷଣା କରିବା ନିମନ୍ତେ ଦାବୀ ରାଜ୍ୟ ସରକାରଙ୍କରାଜ୍ୟସଭା ସାଂସଦ ତଥା ଗଜପତି ଜିଲ୍ଲା ବା ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ବି ଜେଡି ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ଓ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କୁ ସାକ୍ଷାତ କରି ଅଞ୍ଚଳର ଦାବୀ ପତ୍ର ପ୍ରଦାନ କରି ନିର୍ବାଚନ ପୂର୍ବରୁ ମୋହନାକୁ ଏନ ଏ ସି ଘୋଷଣା କରିବା ନିମନ୍ତେ ଦାବୀ କରିଛନ୍ତି। ମୋହନା ଉ ଗ୍ରାମ ଉନ୍ନୟ ନ ପରିଷଦ ସଭାପତି ଦଣ୍ଡାସୀ ସାହୁଙ୍କ ନେତୃତ୍ବରେ ସମ୍ପାଦକ ରଶାନନ୍ଦ ପାଣି ପଞ୍ଚାୟତ ସରପଞ୍ଚ ସୁନୀତା ମଲ୍ଲିକ ଏବଂ ମୋହନା ବଣିକ ସଂଘ ସଭାପତି ମନୋଜ କୁମାର ସାହୁ, ପ୍ରଫୁଲ୍ଲ ଲିମା, ବୈଦ୍ୟନାଥ ସିଂ, ବିଭୁ ଚରଣ ମଲ୍ଲିକ, ଭିକାରୀ ବେହେରା, ଜୟନ୍ତୀ ପଟ୍ଟନାୟକଙ୍କ ସମେତ ବରିଷ୍ଟ ବିଜେଡି ନେତା ପ୍ରମୁଖ ରାଜଧାନୀ ଗସ୍ତ କରି ଅଞ୍ଚଳର ଦାବୀ ପତ୍ର ପ୍ରଦାନ କରିଛନ୍ତି। ଅଞ୍ଚଳ ବାସୀଙ୍କ ଦାବୀକୁ ସାଂସଦ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଗ୍ରହଣ କରି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ମିଳିଥିବା ଅଞ୍ଚଳ ବାସୀଙ୍କ ଠାରୁ ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ