ମୋହନାରେ ଲାଗିରହିଥିବା ସମସ୍ୟା ସମାଧାନ ନ ହେଲେ ସରକାରୀ କାର୍ଯ୍ୟାଳୟରେ ତାଲା ଝୁଲିବ

ମୋହନା,(ଅଂଶୁମାନ ପଣ୍ଡା): ମୋହନା ବ୍ଲକ ଓଡ଼ିଶାର ଦୁତୀୟ ବୃହତ୍ତମ ବ୍ଲକ | ୩୯ ପଞ୍ଚାୟତର ରାଜନିତୀ ଏକ ଭିନ୍ନ ପ୍ରକାର, ଗରିବଙ୍କୁ ଟଙ୍କା ଦେଖାଇ ପ୍ରତିସୃତି ଦେଇ ନିର୍ବାଚନ ଜିତିଥାନ୍ତି | ଜିତିବା ପରେ ବଡ଼ ବଡ଼ କଥା ଭାଷଣ ଦେଇଥିନ୍ତି | କିନ୍ତୁ ପ୍ରତିଶୃତି ସବୁ ପାଣିର ଗାର ଭଳି | ମୁଖ୍ୟମନ୍ତ୍ରୀ ଠାରୁ ନେଇ ମନ୍ତ୍ରୀ, ବିଧାୟକ ମାନେ କାମ ଆରମ୍ଭ ପାଇଁ ଗୋଟିଏ କାମକୁ ଦୁଇ ଦୁଇ ଥର କରିଥାନ୍ତି କିନ୍ତୁ ତାହା ବୋହୁ ବର୍ଷ ପରେ ମଧ୍ୟ କାର୍ଯ୍ୟକାରୀ ହୋଇପାରେ ନାହିଁ | ଏଭଳି କିଛି ସମସ୍ୟ ଯାହା କି ସରକାରୀ ବାବୁ ମାନେ କି ସରପଞ୍ଚ, ୱାଡ଼ମେମ୍ବର,ସମିତିସଭ୍ୟ, ଜିଲ୍ଲା ପରିଷଧ ମାନେ ଭି କରିପାରିଲେ ନାହିଁ ତେଣୁ ଏବେ ଅଣ୍ଟା ଭିଡ଼ିଲେ ଯୁବକ ସଙ୍ଘର ୨ସହ ରୁ ଉର୍ଦ୍ଧ କର୍ମକର୍ତ୍ତା | ୧୫ଟି ଦାବି ତୁରନ୍ତ ସମାଧାନ କରିବାକୁ ଦାବି ,ନଚେତ ପଞ୍ଚାୟତ ନିର୍ବାଚନରେ ମୋହନାକୁ ପଶି ପାରିବେନି ନେତାମନ୍ତ୍ରୀ | ଲାଗିବନି ବେନେର ପୋଷ୍ଟର ଏପରିକି ରାସ୍ତାରେ ନିଆଁ ଜଳିବା ସହ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଅନଦିଷ୍ଠ କାଳ ପର୍ଯ୍ୟନ୍ତ ତାଲା ଝୁଲିବ | ସେ ୧୫ଟି ଦାବି ହେଲା ମୋହନା ମେଡିକାଲରେ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ ଖୋଲା ଗଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ୩୦ ଶଯ୍ୟା ମଧ୍ୟ ଦେଖା ଯାଉନି | ୧୦ରୁ ଉର୍ଦ୍ଧ ଡାକ୍ତର ରହିବା କଥା କିନ୍ତୁ ଜଣେ ଭି ବିଶେଷଜ୍ଞ ଡାକ୍ତରଙ୍କ ଦେଖା ନାହିଁ | ଯେତିକି ଆଧୁନିକ ଚିକିତ୍ସା ପାଇଁ ଆସୁଥିବା ସରଞ୍ଜାମ ଖତ ଖାଉଛି | ,ଏଠି ରୋଗୀଙ୍କ ସମାନ୍ୟ ଚିକିତ୍ସା ନକରାଇ ବ୍ରହ୍ମପୁର ପଠାଯାଉଛି | ଏପରିକି ଲୋକମାନେ ବାହାରେ ଚିକିତ୍ସା ହେଇ ଫେରୁଛନ୍ତି | ମୋହନା ହିଲଟୋପି ମହାବିଦ୍ୟାଳୟ ପାଚେରୀ ଭିତରେ ନିର୍ମାଣ ହୋଇଥିଲା ଏକ ପାଣି ଟାଙ୍କି ଯାହାକି ମୋହନା ବାସୀଙ୍କୁ ପାଣି ଯୋଗାଇବା ପାଇଁ ଏକ ଲକ୍ଷ୍ୟ ଲିଟରର ପାଣି ଟାଙ୍କିର ଶୁଭାରମ୍ଭ କରାଯାଇଥିଲା | ୩.୧.୨୦୧୫ ରେ ଉଚ୍ଚଶିକ୍ଷା, ଗ୍ରାମୀଣ ଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ,ସିଦ୍ଧାନ୍ତ ମୋହାପାତ୍ର,ବାସନ୍ତୀ ମଲିକ,ଜିଲ୍ଲାପାଳ ମାନସୀ ନିମ୍ବାଲ ଉପସ୍ଥିତରେ ନିର୍ମାଣ ହୋଇଥିଲା | ହେଲେ କାମ ସରିକି ବର୍ଷ ବର୍ଷ ବିତିଲାଣି କିନ୍ତୁ ପଞ୍ଚାୟତ ବିଭାଗ ଚୁପ ରହିବା ଯୋଗୁ ଏବେ ଟାଙ୍କି ଫାଟି ଗଲାଣି | ଏହାର ପୁନର୍ବାର ନିର୍ମାଣ କରି ପାଣି ଯୋଗାଇବା ପାଇଁ ଦାବି ହୋଇଛି | ମୋହନା ମୁଖ୍ୟ ରାସ୍ତା କଲେଜ ଛକ ଠାରୁ ହାଇସ୍କୁଲ ପର୍ଯ୍ୟନ୍ତ ଦୁଇ ପାର୍ଶ୍ୱରେ ଡ୍ରେନ ନିର୍ମାଣ, ସାଧାରଣ ବର୍ଗର ପିଲାଙ୍କ ପାଇଁ ଏକ ବିଦ୍ୟାଳୟର ନିର୍ମାଣ କରାଯାଉ | କାରଣ ଅନ୍ୟ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ମାନେ ନିଜ ଇଚ୍ଛାରେ ପିଲାଙ୍କୁ ରଖୁଛନ୍ତି | ଏବଂ ସାଧାରଣ ବର୍ଗର ପିଲାଙ୍କ ପାଇଁ ଜାଗା ନାହିଁ, ମୋହନା ଗ୍ରାମରେ ପ୍ରତେକ ସାହିରେ ଗତ ୨୦ ବର୍ଷ ତଳେ ଭଲ ସିମେଣ୍ଟ ରୋଡ଼ ଥିଲା ଯାହା କି ବର୍ତ୍ତମାନ ନାହିଁ | ପ୍ରତେକ ସାହିରେ ଆଣ୍ଠେ କାଦୁଅ ହେଉଛି ବର୍ଷା ଦିନେ ତାହା ନିର୍ମାଣ ହେଉନି କି ୱାଡ଼ମେମ୍ବର ,ସରପଞ୍ଚ,ପଞ୍ଚାୟତ ଅଧିକାରୀ ମିଳିତରେ ସବୁ ଜାଣି ମଧ୍ୟ ଚୁପ ରହୁଛନ୍ତି | ଏହାର ପ୍ରତିକାର ପାଇଁ ଦାବି ହେଉଛି |, ମୋହନା ବଜାର ଉପରେ ସକାଳ ପାଇଲେ ସହ ସହ ଗାଈ ଗୋରୁ ରାସ୍ତା ଉପରେ ବସି ରହୁଛନ୍ତି | ଯାହା ଫଳରେ ସାଧାରଣ ଲୋକଙ୍କ ଦୁର୍ଘଟଣା ରେ ଜୀବନ ଯାଉଛି | ଏଥିପାଇଁ କାଞ୍ଜିଆ ହୁଦା ନିର୍ମାଣ କରାଯାଉ, ମୋହନାକୁ ପ୍ରତେକ ଦିନ ହଜାର ହଜାର ଲୋକେ ଯାତାୟତ କରନ୍ତି କିନ୍ତୁ ଶୌଚ କରିବା ପାଇଁ ଶୌଚାଳୟ ଖଣ୍ଡେ ନାହିଁ ଏହା ତୁରନ୍ତ ନିର୍ମାଣ କରାଯାଉ, ମୋହନାରେ ୧୦୦ ରୁ ଉର୍ଦ୍ଧ ଉଠା ଦୋକାନୀ ଅଛନ୍ତି ଏମାନେ ଖରା ବର୍ଷା ଶୀତ ସହି ବାହାରେ ବସି ବ୍ୟବସାୟ କରନ୍ତି ତାଙ୍କ ପାଇଁ ମାର୍କେଟ କମ୍ପ୍ଲେସ କରାଯାଉ, ମୋହନା ଗ୍ରାମରେ ପ୍ରତେକ ସାହିରେ ଲାଇଟ ନାହିଁ ଯାହା ଫଳରେ ରାସ୍ତାରେ ଚୋରି ହେଉଛି ତେଣୁ ଲାଇଟ ବ୍ୟବସ୍ତା କରାଯାଉ, ମୋହନାରେ ପ୍ରତେକ ଦିନ ସହ ସହ ବିଭିନ୍ନ ଗାଡ଼ି ଆସୁଛି କିନ୍ତୁ ରଖିବା ପାଇଁ ବଷ୍ଟାଣ୍ଡ ନାହିଁ ଜାଫଳରେ ରାସ୍ତାରେ ଗାଡ଼ି ରହୁଛି ଏହା ସହ ଟ୍ରାଫିକ ସମସ୍ୟା ବଢୁଛି | ତେଣୁ ବଷ୍ଟାଣ୍ଡ ନିର୍ମାଣ ହେଉ,ମୋହନାର ଦୁଇ ପାଶ୍ୱର୍ରେ ନଦୀ ରହିଛି ବନ୍ୟାଜଳ ଜୁଆର ଦୁଇ କୁଳ ଖାଉଛି ତାହା ପାଇଁ ପଥର ପକାଯାଉ, ମୋହନାରେ ବିଦ୍ୟୁତ୍ କାର୍ଯ୍ୟାଳୟ ଅଛି ହେଲେ ଫିଉଜ କଲ କାର୍ଯ୍ୟାଳୟ ନିର୍ମାଣ କରାଯାଉ, ମୋହନା ଗ୍ରାମରେ ବର୍ଷକୁ ପାଞ୍ଚଶହରୁ ଉର୍ଦ୍ଧ ଲୋକେ ମୃତ୍ୟୁ ବରଣ କରୁଛନ୍ତି | ତେଣୁ ସ୍ମସାନ ଘାଟ ନିର୍ମାଣ କରାଯାଉ,ମୋହନାରେ ମିନି ଖେଳ ପଡ଼ିଆ ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ତାହା ଆଜିକୁ ୧୦ ବର୍ଷ ବିତିଲାଣି କିନ୍ତୁ ନିର୍ମାଣ ହେଉନି ତାହା ନିର୍ମାଣ ହେଉ, ମୋହନାରେ ବାଲି ପଥର ଗୁଡ଼ି ଆଦି ଚୋରା ବ୍ୟାପାର ବଢୁଛି ଜାଫଳରେ ରାଜସ୍ୱ କ୍ଷତି ହେବା ସହ ପ୍ରାକୃତିକ ସମ୍ପଦର କ୍ଷତି ହେଉଛି | ନଦୀରେ ଗଭୀର ଖାଲ ହେଇ ସାଧାରଣ ଲୋକେ ବୁଡ଼ି ମରୁଛନ୍ତି ତାହା ଉପରେ ପଦକ୍ଷପ ନିଆଯାଉ | ଏହି ୧୫ ଟି ଦାବି ପୁରାଣ ନହେଲେ ଆନ୍ଦୋଳନ ସହ ନିର୍ବାଚନ ପ୍ରଚାର ବନ୍ଦ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି | ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି ଯୁବକ ସଙ୍ଘର କର୍ମକର୍ତ୍ତା ଆଜିତ କୁମାର ପାତ୍ର,ସମ୍ପାଦକ ଜିତେନ୍ଦ୍ର ବେହେରା ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଏହି ଚେତାବନୀ ଦେଇଛନ୍ତି | ଏହା ସହ ୧୫ ଟି ଦାବିର ପ୍ରଚାର କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ