୧୯ ରୁ ୨୧ ଲଘୁଚାପ ଯୋଗୁଁ ଗଜପତିରେ ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳ ଲୋକଙ୍କୁ ନିରାପଦ ସ୍ଥଳୀକୁ ସ୍ଥାନାନ୍ତର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଆଗାମୀ ୧୯ରୁ୨୧ ତାରିଖ ପର୍ଯନ୍ତ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବା ରାଜ୍ୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଏଥି ଅନୁଯାୟୀ ଗଜପତି ଜିଲ୍ଲାପାଳ ଅନୁପମ ସାହା ଜିଲ୍ଲାସ୍ତରର ସମସ୍ତ ଅଧିକାରୀଙ୍କୁ ନେଇ ଏକ ଜରୁରୀ ବୈଠକ ଗତକାଲି ଆୟୋଜନ କରିଥିଲେ । ଏଥିରେ ଲୋକଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଓ ସୁବିଧା ପ୍ରଦାନ ପାଇଁ ଆଲୋଚନା ହୋଇଥିଲା । ବିଶେଷକରି ନଦୀ କୁଳିଆ,ତଳିଆ,ଭୁସ୍ଖଳନ ସନ୍ଦେହ ଥିବା ଅଞ୍ଚଳ ଗୁଡିକରେ ଥିବା ଲୋକଙ୍କୁ ତୁରନ୍ତ ନିରାପଦ ସ୍ଥାନ ତଥା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ,ନିକଟସ୍ଥ ସ୍କୁଲ କିମ୍ବା ଅଙ୍ଗନବାଡି କେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗଜପତି ଜିଲ୍ଲାବାସୀ ଏଥି ନେଇ ସମ୍ପୁର୍ଣ୍ଣ ସତର୍କତା ଅବଲମ୍ବନ କରିବା ପାଇଁ ମଧ୍ୟ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।


