ମୋହନାରେ ସାମ୍ବାଦିକ ସଂଘ ଗଠନ ,ନୂତନ କର୍ମକର୍ତ୍ତା ଚୟନ
ମୋହନା,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ବ୍ଲକରେ ଦୀର୍ଘ ଦିନ ଧରି ଅବ୍ୟବସ୍ଥା ଏବଂ ବିଭିନ୍ନ ସମସ୍ୟା ମଧ୍ୟରେ ରହିଥିବା ସାମ୍ବାଦିକ ସଂଗଠନ ଗୁଡିକୁ ମଜବୁତ କରିବା ନିମନ୍ତେ କର୍ଚ୍ଚାବାଡି ପଂଚାୟତ ମା ବ୍ରାହ୍ମଣୀଦେବୀ ପୀଠ ପରିସରରେ ମୋହନା ସାମ୍ବାଦିକ ସଂଘ(ଏମ୍ ଜେୟୁ ) ଗଠନ ହୋଇଯାଇଛି । ବ୍ଲକର ୧୧ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କ ସମେତ ତିନି ଜଣ ବିଶିଷ୍ଟ ଉପଦେଷ୍ଟାଙ୍କ ଉପସ୍ଥି୍ତିରେ ଆନୁଷ୍ଠାନିକ ଭାବେ ସଂଘ ଗଠନ କରାଯାଇଛି । ଏଥିସହ ଏହି କାର୍ଯ୍ୟରେ ସାମ୍ବାଦିକ ସଂଘକୁ ସୁଦୃଢ ରଖିବା ସହ କିପରି ଦୁର୍ନୀତି ହଟାଇବା ସହ ଲୋକମାନଙ୍କର ସେବା କରାଯାଇପାରିବ ସେ ଉପରେ ଆଲୋକପାତ କରିଥିଲେ ।ସଂଘର ସଭାପତି ଭାବରେ ବରିଷ୍ଠ ସାମ୍ବାଦିକ ମିହିର ରଂଜନ ଜତି, ଉପସଭାପତି ପଂଚାନନ ଦାଶ,ସଂମ୍ପାଦିକ ପଦବୀରେ ଅଂଶୁମାନ ପଣ୍ଡା,ଯୁଗ୍ମ ସଂପାଦକ ଭାବରେ ସୁବିତ କୁମାର ନାୟକ ,ସାଂଗଠନିକ ସମ୍ପାଦକ ସାଗର ବଳିୟାର ସିଂ ,କେଷାଧ୍ୟକ୍ଷ ସୁହାନ ଛିଞ୍ଚାଣୀ, ସଭ୍ୟ ତପନ କୁମାର ପତି, ମୋହନ ଗୈାଡ, ମୋଜେଶ ରଇତ, ବିମଳ କୁମାର ମଳିକ , ସଭ୍ୟା ସୁଷମା ତ୍ରୀପାଠି, ଏବଂ ଉପଦେଷ୍ଟା ଭାବେ ବିଶିଷ୍ଠ ଶିକ୍ଷାବିତ୍ ତଥା ଓକିଲ ମଧୁସୁଦନ ପାଢୀ, ସମାଜସେବୀ ଭିକାରୀ ବେହେରା,ରବି ମିଶ୍ରଙ୍କୁ ଚୟନ କରାଯାଇଥିଲା ।ଶେଷରେ ସଂଘର ଉପସଭାପତି ପଂଚାନନ ଦାଶ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କିପରି ସଂଗଠନକୁ ସୁଦୃଢ କରାଯାଇପାରିବ ସେ ଉପରେ ଆଲୋକପାତ କରିଥିଲେ ।


