ମୋହନା ପୋଲିସର ଜଳ ସେବା ଆରମ୍ଭ
ମୋହନା, (ଅଂଶୁମାନ ପଣ୍ଡା) :-ସ୍ଥାନୀୟ ଥାନା ପକ୍ଷରୁ ସୋମବାର ଦିନ ପ୍ରବଳ ଖରା ଦାଉରୁ ପଥିକମାନଙ୍କର ଶୋଷ ମେଣ୍ଟାଇବା ପାଇଁ ଥାନା ସମ୍ମୁଖରେ ଜଳ ସେବାର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେବ ସିଂ ରିବନ କାଟି ଉଦଘାଟନ କରିଥିଲେ । ପଥଚାରୀଙ୍କୁ ଜଳ ଯୋଗାଇବା ଉଦେଶ୍ୟରେ ଜଳଛତ୍ର ଖୋଲାଯାଇଥିବା ଶ୍ରୀ ସିଂ କହିଛନ୍ତି । ଏହି ପରିପେକ୍ଷୀରେ ରା.ଉଦୟଗିରି ଏସଡିପିଓ ଦିଲ୍ଲିପ କୁମାର ନାୟକ ଉପସ୍ଥିତ ରହି ବସଯାତ୍ରୀ, ଦୋକାନୀ,ପଥଚାରୀ ଓ ସ୍ଥାନୀୟ ଲୋକଙ୍କୁ ପଣା ବଣ୍ଟନ କରିଥିଲେ । ପ୍ରତ୍ୟେକ ଦିନ ପୁଲିସ କର୍ମଚାରୀ ମାନଙ୍କ ଦ୍ୱାରା ଲେମୁ ସରବତ, ଚହ୍ଲାପଣା, ନବାତ ପଣା, ମିଶ୍ରିପଣା ପଥଚାରୀ ମାନଙ୍କୁ ବଣ୍ଟନ କରାଯିବ ବୋଲି ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି ।


