ପୋଲସରାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପୋଲସରା ବିଜ୍ଞାନ ମହାବିଦ୍ୟାଳୟର +୨ ଛାତ୍ରୀମାନଙ୍କ ଅଷ୍ଟ ଦିବସିୟ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟର ପ୍ରିନ୍ସପାଲ ଡ଼ଃ ଦିବାକର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ପରିଚାଳନା ପରିଷଦର ସଭାପତି ଦୁର୍ଗା ପ୍ରସାଦ ମିଶ୍ର ଓ ଅତିଥି ଭାବେ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ବାଲାରାଜୁ ପାତ୍ର ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଶ୍ରୀ ମିଶ୍ର ନାରୀଙ୍କ ସୁରକ୍ଷା ସମ୍ପର୍କରେ ମତବ୍ୟକ୍ତ କରିଥିବା ବେଳେ ଅତିଥି ଶ୍ରୀ ପାତ୍ର ନାରୀ ଜାଗ୍ରତ ହେଲେ ଦେଶ ଜାଗ୍ରତ ହେବ ବୋଲି ପ୍ରକାଶ କରିଥିଲେ । ଅଧ୍ୟକ୍ଷ ଡ଼ଃ ମିଶ୍ର ଆମ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ସୁନାମ ରାଜ୍ୟ ସ୍ତରରେ ପ୍ରଶଂସନୀୟ ବୋଲି ଉଲ୍ଲେଖ କରିଥିଲେ । ଆତ୍ମ ସୁରକ୍ଷା ତାଲିମ ଶିବିରର ସଂଯୋଜିକା ଡ଼ଃ ଜ୍ୟୋତ୍ସ୍ନା ରାଣୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ୮ ଦିନ ଧରି ଶୃଙ୍ଖଳାର ସହ ଛାତ୍ରୀମାନେ ଆତ୍ମ ସୁରକ୍ଷା କୌଶଳ ଶିକ୍ଷାଲାଭ କରିଥିଲେ। ମାଷ୍ଟର ଟ୍ରେନର ସୁଜ୍ଞାନି ପ୍ରଧାନ ଓ ସୁଚିତ୍ରା ମହାରଣା ଆଠ ଦିନରେ ଆତ୍ମା ସୁରକ୍ଷା ପାଇଁ ଯେଉଁ ତାଲିମ ପ୍ରଦାନ କରିଥିଲେ ଛାତ୍ରୀମାନେ ତାହା ଅତିଥିମାନଙ୍କ ସମ୍ମୁଖରେ ପ୍ରଦର୍ଶିତ କରିଥିଲେ। ଏହି ତାଲିମ ଶିବିରରେ + ୨ ପ୍ରଥମ ବର୍ଷ କଳା ଓ ବିଜ୍ଞାନ ବିଭାଗର ୨୩୬ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଛାତ୍ରୀମାନଙ୍କୁ ମାନପାତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ