କାଶୀନଗର ବ୍ଲକର ବିଭିନ୍ନ ପଞ୍ଚାୟତରେ ଗ୍ରାମ ସଭା ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା, ଗୋରିବନ୍ଧା ଓ ଖାଣ୍ଡବା ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଟିତ ହୋଇଯାଇଛି। ପୃଥକ ଭାବେ ତିନୋଟି ପଞ୍ଚାୟତର ସମ୍ମିଳନୀ କକ୍ଷରେ ବୁଦୁରା ସରପଞ୍ଚ ସଞ୍ଜୟ ମିଶ୍ର ଖାଣ୍ଡବା ସରପଞ୍ଚ ସିଏଚ୍. ମାଧୁରୀ ଓ ଗୋରିବନ୍ଧା ସରପଞ୍ଚ ଏମ. ଲକ୍ଷ୍ମୀଙ୍କ ସଭାପତିତ୍ବ ରେ ଆଜାଦି କା ଅମୃତ ମହୋତ୍ସବ ଅବସର ରେ ଏହି ସ୍ଵତନ୍ତ୍ର ଗ୍ରାମ ସଭାମାନ ଅନୁଷ୍ଟିତ ହୋଇ ଥିଲା । ପଞ୍ଚାୟତ ମାନଙ୍କରେ ଥିବା ଜଳାଶୟ ଗୁଡିକରେ ପାଣି ଯେଭଳି ନ ଶୁଖିବ, ଗ୍ରୀଷ୍ମ ରେ ପଶୁସମ୍ପଦ ଓ ଜନ ଜୀବନ କିପରି ସୁରକ୍ଷିତ ରହିବ ସେଥି ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଆଲଚୋନା ହୋଇଥିଲା । ଶୋକପିଟ ମାଧ୍ୟମରେ ଖତ ସୃଷ୍ଟି କରିବା ଦ୍ୱାରା ଗ୍ରାମ ଗୁଡ଼ିକ ପରିଷ୍କାର ପରିଚ୍ଛନ୍ନ ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଆଗାମୀ ଦିନରେ ପଞ୍ଚାୟତରେ କେଉଁଠି କଣ କଣ ଉନ୍ନୟନ କାମ ହେବ ତାହାର ଗ୍ରାମ ପଞ୍ଚାୟତ ମାନଙ୍କରେରେ ଆଲୋଚନା ହୋଇଥିବା ସରପଞ୍ଚମାନେ ଜଣାଇଛନ୍ତି । ଏହି ଗ୍ରାମସଭା ଗୁଡିକରେ ସମ୍ପୃକ୍ତ ପଞ୍ଚାୟତ ଗୁଡିକର ସମିତି ସଭ୍ୟ ଓ ୱାର୍ଡ ମେମ୍ବର ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗୁଡିକୁ ଲୋକ ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ଆଦିକୁ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।


