ମୋହିତ ଫାଉଣ୍ଡେସନ ଓ ଓଡିଶା ବ୍ଲଡ଼ ଡୋନର ଗ୍ରୁପ ପକ୍ଷରୁ ଔଟିଷ୍ଟିକ ରୋଗରେ ପୀଡିତ ଶିଶୁକୁ ଅର୍ଥରାଶି ପ୍ରଦାନ
ବଡଗଡ଼/ ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ନିଷ୍ପାପ ଶିଶୁଟିର ମାସକୁ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଚିକିତ୍ସା ପାଇଁ ଆବଶ୍ୟକ | ଏହିଭଳି ସ୍ଥିତିରେ ଶିଶୁର ମାଆଙ୍କ ସାମାଜିକ ଗଣମାଧ୍ୟମରେ ନିବେଦନ କୁ ସ୍ୱୀକାର କରି ମୋହିତ ଫାଉଣ୍ଡେସନ ର ମୁଖ୍ୟ ଉପଦେଷ୍ଟା ତଥା ଓଡିଶା ବ୍ଲଡ଼ ଡୋନର ଗ୍ରୁପର ଅଧ୍ୟକ୍ଷ ଯୁବ ସମାଜସେବୀ ରୋହିତ କୁମାର ନାୟକଙ୍କ ନେତୃତ୍ୱରେ ମୋହିତ ଫାଉଣ୍ଡେସନ ର ସକ୍ରିୟ ସଦସ୍ୟ ନିହାର ରଞ୍ଜନ ଦାଶ , ତପନ କୁମାର ବେହେରା , ସୀମାଞ୍ଚଳ ରାଉତ , ମଳୟ ପଣ୍ଡା , ପ୍ରଦ୍ୟୁମ୍ନ ଗୌଡ଼ , ସୁରେନ୍ଦ୍ର କୁମାର ସାହୁ , ଫାଉଣ୍ଡେସନର ଉପଦେଷ୍ଟା ବିଜୟ କୁମାର ମଲ୍ଲିକ ପ୍ରମୁଖ ଏହି ଶିଶୁଟିର ବଡଗଡ଼ ସ୍ଥିତ ଭଡାଘରେ ପହଂଚି ସହାୟତାର ହାତ ବଢ଼ାଇଥିଲେ | ମୋହିତ ଫାଉଣ୍ଡେସନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୀମାଞ୍ଚଳ ପତ୍ରି ପଛଦପଟ୍ଟରେ ରହି ସମସ୍ତ ବ୍ୟବସ୍ଥା ର ପରିଚାଳନା କରିଥିଲେ |ଏହି ମହାନ ପ୍ରୟାସକୁ କଳ୍ପନା ଛକଟୋକା ସଙ୍ଘର ସଭାପତି ଶ୍ରୀଯୁକ୍ତ ଧୀରେନ ରାଉତରାୟ , ସାମାଜିକ ଯୁବ ସଂଗଠନର ସଭାପତି ଚିତ୍ତରଞ୍ଜନ ଦାସ , ଭୁବନେଶ୍ୱର ସାମନ୍ତ , ସାନୁ ବଳିଆସିଙ୍ଗ ପ୍ରମୁଖ ବହୁ ପ୍ରଶଂସା କରିଥିଲେ


