ପୋଲସରା ବ୍ଲକରେ ବିଜେଡିର ମିଶ୍ରଣ ପର୍ବ
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକ ବେଲଗାଁ ପାଞ୍ଚାୟତର ମନଶୀଳା ଗ୍ରାମରେ ଡିସେମ୍ବର ୧୨ ତାରିଖ ଦିନ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ମନଶୀଳା ଗ୍ରାମର ମଣ୍ଡପ ଗୃହରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ ଏବଂ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଜନସମ୍ପର୍କ ଓ ଜନହିତକର କାର୍ଯ୍ୟରେ ଆକୃଷ୍ଟ ହୋର ବିଜେପି ର ମନୋଜ କୁମାର ପ୍ରଧାନ (ମୁନା) ଓ ପପୁ ପ୍ରଧାନଙ୍କ ନେତୃତ୍ୱରେ କାର୍ତ୍ତିକ ସାହୁ, ବଂଶୀଧର ସାହୁ, ଦୁଃଶାସନ ସାହୁ, ପ୍ରକାଶ ଖଟେଇ, ସନାତନ ସାହୁ, ପଞ୍ଚାନନ ପ୍ରଧାନ, ସଞ୍ଜୟ ସାହୁ, ବାସୁଦେବ ସାହୁ, ରଞ୍ଜିତ କୁମାର ସାହୁ, ପାଣ୍ଡବ ସାହୁ ପ୍ରମୁଖ ୫୦ ଗୋଟି ପରିବାର ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ବିଧାୟକ ଶ୍ରୀ ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଜୁ ଜନତା ଦଳ ଆହୁରି ସୁଦୃଢ ହୋଇପାରିବ ବୋଲି ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ଜଗନ୍ନାଥ ବେହେରା, ସରପଞ୍ଚ ପ୍ରତିନିଧି ପ୍ରଦେଶୀ ସେଠୀ, ସମିତି ସଭ୍ୟାଙ୍କ ପ୍ରତିନିଧି କାଳୀ ଚରଣ, ରାଜେନ୍ଦ୍ର କୁମାର ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ବିଜେଡି କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ। ଏହି ଅବସରରେ ବିଧାୟକ ଲୋକମାନଙ୍କ ସମସ୍ୟା ବୁଝିବା ସହ ବାତ୍ୟାରେ ଘରଭାଙ୍ଗି ଯାଇଥିବା ରଙ୍ଗବତୀ ସାହୁଙ୍କୁ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବାସହ କେତକ ବୁଢା ଓ ବୁଢ଼ୀ ମାନଙ୍କ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦରଖାସ୍ତ ଫର୍ମ ସୁପାରିଶ କରିବାକୁ ସରପଞ୍ଚଙ୍କୁ ପରାମର୍ଶ ଦେଇଥିଲେ।


