ମୋ ଗୁହାଳ ପାଇଁ ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ
କୋଦଳା, (ଗୁଲସନ୍ କୁମାର କର):ଭିଜିଲାନ୍ସ ଜାଲରେ ବ୍ଲକ ଯନ୍ତ୍ରୀ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ କାର୍ଯ୍ୟରତ ଜଣେ ଯନ୍ତ୍ରୀଙ୍କୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡି ବସିଛି। ସୁଧାଂଶୁ ଶେଖର ମଲ୍ଲିକ ନାମକ ଯନ୍ତ୍ରୀଙ୍କୁ ଆଜି ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ମାଡି ବସିଛି। ଯନ୍ତ୍ରୀ ଜଣକ ବେଗୁନିଆପଡ଼ା ବ୍ଳକର ବୁରୁଝୁରୀ ପଞ୍ଚାୟତ ଦାୟିତ୍ବରେ ଥିବା ବେଳେ ଏକ ଆଦର୍ଶ ଗାଈ ଗୁହାଳ ବିଲ୍ ପାସ୍ କରାଇବାକୁ ୭ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଯାହାକୁ ନେଇ ହିତାଧିକାରୀ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଏହାପରେ ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଟିମ୍ ଯନ୍ତ୍ରୀ ଲାଞ୍ଚ ନେଉଥିବା ବେଳେ କାବୁ କରିବାରେ ସକ୍ଷମ ହୋଇଛନ୍ତି। ଯନ୍ତ୍ରୀଙ୍କ ଠାରୁ ୭ ହଜାର ଟଙ୍କା ଜବତ କରାଯାଇଥିବା ବେଳେ ଏନେଇ ଅଧିକ ଖୋଳତାଡ଼ କରୁଛି ଭିଜିଲାନ୍ସ ଟିମ୍। ବର୍ତ୍ତମାନର ସବୁଠାରୁ ବଡ଼ ଖବର… ଲାଞ୍ଚ ନେଉଥିବା ବେଳେ ବେଗୁନିଆପଡ଼ା ବ୍ଳକର କାର୍ଯ୍ୟରତ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକଙ୍କୁ ଭିଜିଲାନ୍ସ କାବୁ କରିଛି। ଏନେଇ ଅଧିକ ତଦନ୍ତ ଚଲାଇଛି ଭିଜିଲାନ୍ସ ଟିମ୍। ତେବେ ଏହି ବ୍ଲକରେ ଅନେକ ଯନ୍ତ୍ରୀ ଓ ସରକାରୀ ଅଧିକାରୀ ମାତ୍ରାଧିକ ଲାଞ୍ଚ କାରବାରରେ ସମ୍ପୃକ୍ତ ଥିବା ବର୍ତ୍ତମାନ ଚର୍ଚ୍ଚା ଚାଲିଛି।


