ଗଣେଷ ପୂଜାରେ ସଚେତନତା ବାର୍ତ୍ତା

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତର ଚମ୍ପାସାହି ଠାରେ ଗଣେଶ ପୂଜା ଉପଲକ୍ଷେ ଗ୍ରାମରେ ଥିବା ମା’ତାରିଣୀ କ୍ଲବର ସଭ୍ୟସଭ୍ୟା ଏକ ଅଭିନବ ପ୍ରୟାସ କରିଛନ୍ତି । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ସଭ୍ୟସଭ୍ୟା ମାନେ ୩ ଦିନ ଧରି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଗ୍ରାମସଫେଇ, ବୃକ୍ଷରୋପଣ କାର୍ଯ୍ୟ ସହ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୦ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସଂଗୀତ, ଏକକ ଅଭିନୟ, ବକ୍ତୃତା, ନୃତ୍ୟ, କୁଇଜ୍, ସାଧାରଣ ଜ୍ଞାନ ଆଦି ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଦୀପ୍ତି ରଞ୍ଜନ ନାୟକ, ଶିକ୍ଷାବିତ ମିହିର କୁମାର ନାୟକ, ନାନ୍ଦପୁର ନୃସିଂହନାଥ ନୋଡାଲ ଉପ୍ରା ବିଦ୍ଯାଳୟର ପ୍ରଧାନ ଶିକ୍ଷକ ମଙ୍ଗୁଳି ଚରଣ ସେଠି ଅତିଥି ଭାବେ ଯୋଗଦେଇ ପୁରସ୍କାର ବଣ୍ଟନ କରିବା ସହ ଗଜାନନଙ୍କ ପୂଜାରେ କ୍ଲବର ସଭ୍ୟସଭ୍ୟାଙ୍କ ଏତାଦୃଶ ସାମାଜିକ ସଚେତନ କାର୍ଯ୍ୟର ଭୂୟିୟସୀ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ