“ଯକ୍ଷ୍ମାରୋଗ ମୁକ୍ତ ଭାରତ ପାଇଁ ପ୍ରଚାର” କାର୍ଯ୍ୟକ୍ରମ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଆମ ଭାତତରେ ପ୍ରାୟ ୪୦ ପ୍ରତିଶତ ଲୋକଙ୍କ ଶରୀରରେ ଟିବି ବ୍ୟାକ୍ଟେରିଆ ଥିବା ଅନୁସନ୍ଧାନରୁ ଜଣାପଡିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ୨୦୨୧ ରିପୋର୍ଟ ପ୍ରକାରେ ଭାରତରେ ପ୍ରତି ୧ ଲକ୍ଷ ରେ ୧୮୩ ଜଣ ବ୍ୟକ୍ତି ଯକ୍ଷ୍ମାରୋଗରେ ପୀଡିତ। ଏହାକୁ ଦୃଷ୍ଟିରେ ରଖି ଭାରତକୁ ଯକ୍ଷ୍ମାରୋଗ ମୁକ୍ତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଏପ୍ରିଲ ୨ ତାରିଖ ଠାରୁ ଏପ୍ରିଲ ୧୪ ତାରିଖ ମଧ୍ୟରେ ପ୍ରତିକାର ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।ଏପ୍ରିଲ ୦୭ ତାରିଖ ଦିନ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ପରିସର ରେ ଏକ ପ୍ରତିକାର ଓ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଦୟାନିଧି ରାଉତ, ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ, ବୁଗୁଡା ମେଡିକାଲର ଯକ୍ଷ୍ମାରୋଗ ନିରାକରଣ ସୁପରଭାଇଜର ଗଣେଶ କାଣ୍ଡି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ମାଣିତରା ହାଇ ସ୍କୁଲ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା ଟିବି ବା ଯକ୍ଷ୍ମାରୋଗର କାରଣ ଓ ରୋଗର ଭୟାବହ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ନିଜ ବକ୍ତବ୍ୟରେ କହିବା ସହ ନିଶାଦ୍ରବ୍ୟ ବ୍ୟବହାରରୁ ନିଜେ ଦୁରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା ସହ ତାହାର କୁପ୍ରଭାବ ବିଷୟରେ କହି ସଚେତନତା କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ, ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ପ୍ରଭୃତିଙ୍କୁ ନେଇ ଏକ ଯକ୍ଷ୍ମାରୋଗ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଣିତରା ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ଟେକିନସିଆନ କାଳୀ ପ୍ରସାଦ ସାହୁ, ଷ୍ଟାପ ନର୍ସ ଗଙ୍ଗା ସାହାଣୀ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣ ପ୍ରିୟା ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ