ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ଦଳର‌ ବିଶୃଙ୍ଖଳିତ ଆଚରଣ ଯୋଗୁଁ ୬ ଜଣଙ୍କୁ ନିଲମ୍ବିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ରାଇରଙ୍ଗପୁରସ୍ଥ ପୂର୍ଣଚନ୍ଦ୍ର‌ଭଵନ ପରିସରରେ ‌ବୁଧବାର ଦିନ ଅପରାହ୍ନରେ ପଶ୍ଚିମ ମୟୂରଭଞ୍ଜ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ର ଗତ ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌରପରିଷଦର ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରଦେଶ ଝାମୁମୋ ଅଧ୍ୟକ୍ଷା ଅଂଜନି ସୋରେନ,ସଚିବ ଇଂ ରାମଚନ୍ଦ୍ର ହାଁସଦା, ସାଂଗଠନିକ ସଂପାଦକ ଦୁବରାଜ ନାଗ, ଉପସଭାପତି ପ୍ରହଲ୍ଲାଦ ପୂର୍ତି,ଶ୍ୟାମ ଚରଣ କିସ୍କୁ,ସାଲୁ କିସ୍କୁଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକ ଚାଲିଥିବା ବେଳେ ବିଶୋଇ ବ୍ଲକର ସୁନାରାମ ହେମ୍ବ୍ରମ, ହଙ୍ଗଲ ମୁର୍ମୁ, ସାରସକଣା ବ୍ଲକର ଗୋପାଲ ମୁର୍ମୁ, ସୂର‌୍ୟ୍ୟ ମୁର୍ମୁ,ବନ୍ଧନ ସିଂ ପ୍ରମୁଖ ଦଳର ନେତୃବୃନ୍ଦଙ୍କୁ ଅସମ୍ମାନିତ, ଗଣ୍ଡଗୋଳ ଓ ବୈଠକରେ ବିଶୃଙ୍ଖଳିତ ଆଚରଣ କରିଥିଲେ ।ଯାହାଫଳରେ ଝାମୁମୋ ସୁପ୍ରିମୋ ଙ୍କ ସମେତ ବହୁ ନେତୃବୃନ୍ଦ ବୈଠକ ଅଧାରୁ ଉଠି ଚାଲି ଯାଇଥିଲେ ।ଦଳର ଏହି ବିଶୃଙ୍ଖଳିତ ବ୍ୟକ୍ତି ମାନଙ୍କୁ ଦଳର ସୁପ୍ରିମୋ ୬ଵର୍ଷ ପାଇଁ ଦଳରୁ ନିଲମ୍ବିତ ସମ୍ବନ୍ଧୀୟ ଏକ ପ୍ରେସ ଇସ୍ତାହାର ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ