ନୂତନ ଡିଏସଡବ୍ଲୁଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର,((ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତଥା ଡିଏସଡବ୍ଲୁ ଭାବେ ଆଜି ସୁରେଖା ସୁନ୍ଦରୀ ମଲ୍ଲିକ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ନବରଙ୍ଗପୁର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଏହାପୂର୍ବରୁ ସେ ଗଞ୍ଜାମ ଜିଲ୍ଲାରେ ସାନଖେମୁଣ୍ଡି ଓ ଧରାକୋଟ ସିଡିପିଓ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଆସିଥିଲେ । ଆଜି ଶ୍ରୀମତି ମଲ୍ଲିକ ଦାୟିତ୍ୱ ଗ୍ରହଣ କରିବା ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭାଗର ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିବା ସହ ସ୍ୱଚ୍ଛତା ଭାବେ ଦାୟିତ୍ୱ ତୁଲାଇବେ ବୋଲି କହିଥିଲେ । ଦାୟିତ୍ୱ ନେବା ପରେ ତାଙ୍କୁ ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ