ଯାତ୍ରୀବାହୀ ବସ୍‌ ଓଲଟି ୪୦ ଆହତ

କଳାହାଣ୍ଡି,(ଓ୍ବାଇଏନ୍ଏସ୍): କଳାହାଣ୍ଡି ଜିଲାର ଧର୍ମଗଡ଼ରୁ ହାଇଦ୍ରାବାଦ ଯାଉଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । କୋକସରା ନିକଟବର୍ତ୍ତି ବଡ଼କେନ୍ଦୁଗୁଡ଼ାରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା ଏବଂ ଏଥିରେ ଥିବା ୪୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି କଳାହାଣ୍ଡି ଜିଲାର ଧର୍ମଗଡ଼ରୁ ହାଇଦ୍ରାବାଦ୍‌ ଅଭିମୁଖେ ଏକ ଯାତ୍ରୀମାନଙ୍କୁ ନେଇ ଯାଉଥିଲା । କୋକସରା ନିକଟବର୍ତ୍ତି ବଡ଼କେନ୍ଦୁଗୁଡ଼ାଠାରେ ଏହା ଭାରସାମ୍ୟ ହରାଇ ଓଲଟି ଯାଇଥିଲା । ଫଳରେ ଏହି ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୪୦ଜଣ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୨୦ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦମକଳ ବାହିନୀ, ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ