ଯୁକ୍ତ ଦୁଇ କଳାରେ ହାଟଡିହି କଲେଜର ସଫଳତା
ହାଟଡ଼ିହି, (ବିକାଶ ବିଶ୍ୱାଳ):ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ପରୀକ୍ଷା ଫଳ । ଏଥିରେ କେନ୍ଦୁଝର ଜିଲ୍ଲା ହାଯଡିହି ଆଞ୍ଚଳିକ ମହାବିଦ୍ୟାଳୟ ବେଶ ସଫଳତା ହାସଲ କରିଛି । ମୋଟ ୨୪୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୬୨ଜଣ, ଦ୍ୱିିତୀୟ ଶ୍ରେଣୀରେ ୩୭ଜଣ ଓ ତୃତୀୟ ଶ୍ରେଣୀରେ ୮୨ଜଣ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ପରୀକ୍ଷାରେ ମୁଗୁପୁର ଗ୍ରାମର ନିରାକାର ନାୟକ ଓ ପ୍ରମିଳା ନାୟକଙ୍କ ସୁପୁତ୍ର ଇନ୍ଦ୍ରଜିତ ନାୟକ ହାଟଡିହି କଲେଜର ଟପର ହୋଇଥିବା ଜଣାଯାଇଛି । ସେ ମୋଟ ୫୨୯ମାର୍କ ରଖି କଲେଜର ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେ ଜଣେ ଭଲ ଅଧ୍ୟାପକ ହେବାକୁ ଆଶା ରଖିଥିବା ଇନ୍ଦ୍ରଜିତ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ପରୀକ୍ଷାରେ କଲେଜର ଛାତ୍ରଛାତ୍ରୀମାନେ ବିଶେଷ ସଫଳତା ହାସଲ କରିଥିବାରୁ କଲେଜର ଅଧ୍ୟକ୍ଷ ଚିତ୍ତ ରଞ୍ଜନ ରାଉତ ଓ ଅନ୍ୟ ଅଧ୍ୟାପକ , ଅଧ୍ୟାପିକା ମାନେ କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।


