ଘରକୁ ଫେରିବାର ଆଶା ଆଶାରେ ରହିଗଲା : ପ୍ରାଣ ହରାଇଲେ ତ୍ରିନାଥ

ବୁଗୁଡା, (ଅନୀଲ କୁମାର ମହାରଣା) : ତାମିଲନାଡୁର କାରଖାନାରେ କାମ କରୁଥିଲେ ବୁଗୁଡା ଅଞ୍ଚଳର ୧୨ ଜଣ, ପୋଲସରା ମଥୁରାର ୩ ଜଣ ଓ ଜଗନ୍ନାଥପ୍ରସାଦ ପାଇକାରପଲ୍ଲୀର ଜଣେ, ଏହିପରି ମୋଟ ୧୬ ଜଣ। କାରଖାନା ବନ୍ଦ ପରେ ସେମାନେ ଗ୍ରାମକୁ ଫେରିବା ପାଇଁ ଚାଲି ଚାଲି ୧୫ କିମି ଫେରିବା ବାଟରେ ତାମିଲନାଡୁର ଥିରୁଭେଲୁର ଜିଲ୍ଲାର ମାଦରପଟମ ପୋଲିସ ଇଲାକାରେ ସେମାନଙ୍କୁ ଅଟକା ଯାଇଥିଲା। ସେଠାରେ ରହିବ ପରେ ସେମାନଙ୍କ ନାମ ପଞ୍ଜୀକୃତ କରାଯାଇଥିଲା। ହେଲେ ସେମାନେ ଗ୍ରାମକୁ ଫେରିବା ପାଇଁ ବହୁତ ଦିନ ଅପେକ୍ଷା ପରେ ଶେଷରେ ବୁଗୁଡା ଅଞ୍ଚଳର ଅବସର ପ୍ରାପ୍ତ ରିଡର ରାଘବ ଚରଣ ଭୂୟାଁ ଓ ବୁଗୁଡା ପ୍ରେସ ବ୍ଲକ ସାଧାରଣ ସମ୍ପାଦକ ଅନିଲ କୁମାର ମହାରଣାଙ୍କୁ ସମସ୍ତ ବିଷୟ ଫୋନକରି କହିଥିଲେ। ଏହି ବିଷୟ ନେଇ ଖବର ପ୍ରକାଶ ପାଇଥିବା ବେଳେ ବୁଗୁଡା ଓ ପୋଲସର ବିଡ଼ିଓ, ଭଞ୍ଜନଗର ଉପଜିଲ୍ଲାପାଳ, ଗଞ୍ଜାମ ଜିଲାପାଳ ପମୁଖଙ୍କୁ ଅବଗତ କରାଯାଇଥିଲା। ମହାବାତ୍ୟା ପରେ ସେମାନଙ୍କୁ ତାମିଲନାଡୁରୁ ଫେରାଇ ଆଣିବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ। ଏ ମଧ୍ୟରେ ସେମାନଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା ହୋଇଥାନ୍ତା। ହେଲେ ମଇ ୨୪ ତାରିଖ ରବିବାର ସକାଳ ପ୍ରାୟ ସାଢ଼େ ୫ ଟା ସମୟରେ ବୁଗୁଡା ଅଞ୍ଚଳର ୭୬ ବର୍ଷ ବୟସ୍କ ଶ୍ରମିକ ତ୍ରିନାଥ ମହାରଣା ଚାଲିଗଲା ବେଳେ ଝୁଣ୍ଟି ପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ତ୍ରିନାଥ ମହାରଣାଙ୍କ ଶବ ବ୍ୟବଚ୍ଛେଦ ପାଇଁ ତାମିଲନାଡୁ ପୋଲିସ ପଠାଇ ଥିବା ବେଳେ ସମସ୍ତ ଶ୍ରମିକ ଏକ ପ୍ରକାର ଭୟର ବାତାବରଣ ମଧ୍ୟରେ ଅଛନ୍ତି। ଏନେଇ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କୁ ଅବଗତ କରାଇବା ପରେ ସେ ସାଙ୍ଗେ ସାଙ୍ଗେ ଗଞ୍ଜାମ ଜିଲ୍ଲା ପିଡ଼ିଙ୍କ ସହ ଆଲୋଚନା କରିଛନ୍ତି। ୧୬ ଜଣ ଶ୍ରମିକଙ୍କ ମଧ୍ୟରୁ ୫ ଜଣ ୫୦ ବର୍ଷରୁ କମ ଥିବା ବେଳେ ଅନ୍ୟ ସମସ୍ତ ଶ୍ରମିକ ୫୦ ବର୍ଷରୁ ଅଧିକ ଅଟନ୍ତି। ସେମାନଙ୍କ ମଧ୍ୟରେ ୬୦ ବର୍ଷରୁ ଅଧିକ କତେଜଣ ଶ୍ରମିକ ଅଛନ୍ତି। ସେମାନଙ୍କୁ ତୁରନ୍ତ ତାମିଲନାଡୁରୁ ଗଞ୍ଜାମ ଜିଲ୍ଲାକୁ ଫେରାଇ ଆଣିବାକୁ ପ୍ରଶାସନ ବ୍ୟବସ୍ଥା କରିବାକୁ ସେମାନଙ୍କ ପରିବାର ଲୋକେ ଆକୁଳ ଆବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ