ଯୁବକଙ୍କୁ ନିର୍ମମ ହତ୍ୟା ଗଣ୍ଡି ମୁଣ୍ଡ ଅଲଗା କରି ଫୋପାଡିଛନ୍ତି ହତ୍ୟା କାରୀ

ସୋରଡା, (ରଜନୀ କାନ୍ତ ମହାପାତ୍ର):ଗଂଜାମ ଜିଲ୍ଲା ବଡ଼ଗଡ଼ ଥାନା ଏକଲପୁର ଗ୍ରାମ ନିକଟ ବାଳିଆପଡା ଅଂଚଳରେ ଏକ ଅଭାବ ନିୟ ଘଟଣା ଘଟିଛି ଯେଉଁଠି ଏକ ଯୁବକ ଶରୀର ଦେଖିବାକୁ ମିଳିଛି। ଯୁବକ ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି। ମିଳିଥିବା ସୂଚନା ପ୍ରକାରେ ଏକଲପୁର ଗ୍ରାମ ନିକଟ ବଳିଆପଟା ଅଂଚଳରୁ ଏକ ଯୁବକ ଙ୍କ ମୃତ ଶରୀର କୁ ଉଧାର କରିଛି ଗଂଜାମ ପୋଲିସ। ବିଲରେ କାମ କରୁଥିବା ଲୋକେ ଏହିପରିଗୋଟିଏ ମୃତ ଶରୀର ପଡିଥିବା ବଡ଼ଗଡ଼ ପୋଲିସ କୁ ସୂଚନା ଦେଇଥିଲେ। ଖବର ପାଇଁ ତୁରନ୍ତ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା।ଯୁବକ ଟିକୁ ମୁଣ୍ଡ ଓ ଗଣ୍ଡିଅଲଗା କରି ନିର୍ମମ ଭାବେ ହତ୍ୟା କରାଯାଇଚି। ମୃତ ବ୍ୟକ୍ତି ଜଣକ ହେଲେ ସୋରଡ଼ା ବ୍ଲକ ବୋରସିଙ୍ଗି ଗ୍ରାମ ର ନୀଳାଞ୍ଚଳ ପ୍ରଧାନ। ନୀଳାଞ୍ଚଳ ଗତ କାଲି ଘରେ ମୋବାଇଲ ଛାଡିବା ସହ କେଉଁଆଡେ ପଳେଇଥିଲେ। ତାଙ୍କ ସହ କିଛି ସାଙ୍ଗ ମଧ୍ୟ ଥିଲେ। ଘର ଲୋକେ ଚାରିଆଡେ ଖୋଜା ଖୋଜି କଲେ ମଧ୍ୟ କିଛି ଖବର ପାଇପାରିଲେ ନାହିଁ।ଆଜି ସକାଳୁ ନିଜ ଗ୍ରାମ ଠାରୁ ୧୦କିଲୋମେଟର ଦୂର ରେ ନୀଳାଞ୍ଚଳ ଙ୍କ ମୃତ ଶରୀର ପଡିଥିବା ଖବର ପାଇଥିଲେ ଏବଂ ଘଟଣା ସ୍ଥଳରେ ପହଂଚି ମୃତ ଶରୀର କୁ ଚିନ୍ହଟ ମଧ୍ୟ କରିଥିଲେ। ଘରୁ ଡାକି ନେଇ ଅତି ନିର୍ମମଭାବେ ହତ୍ୟା କରାଯାଇଥିବା ମୃତଙ୍କ ଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ହତ୍ୟା କାଣ୍ଡ ର କାରଣ ଏ ଯାଏଁ ଜଣାପଡିନାହିଁ। ଘଟଣା ସ୍ଥଳରେ ଆସିକା ଏସ ଡି॰ପି॰ଓ ସୂର୍ଯ୍ୟମଣି ପ୍ରଧାନ, ଅତିରିକ୍ତ ଏସ ପି ଠାକୁର ପ୍ରସାଦ ପାତ୍ର ଓ ବଡ଼ଗଡ଼ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ପହଂଚି ଅଧିକ ତଦନ୍ତ ଚଳାଇଛନ୍ତି। ଗଂଜାମ ପୋଲିସ ଘଟଣା ସ୍ଥଳରୁ ମୃତ ନୀଳାଞ୍ଚଳ ଙ୍କ ଅଲଗା ହେଇ ପଡିଥିବା ଗଣ୍ଡି ଓ ମୁଣ୍ଡ କୁ ଜବତ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ