ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ, (ଓ୍ବାଇଏନଏସ): କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଶିଖରପୁର ଅଞ୍ଚଳରେ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଏବଂ କୌତୁହଳ ସୃଷ୍ଟି ହୋଇଛି । ପ୍ରାଥମିକ ଭାବେ ଏହା ଏକ ସନ୍ଦେହଜନକ ମୃତ୍ୟୁ ବୋଲି ଅନୁମାନ କରାଯାଉଥିବାବେଳେ, କେହି ଯୁବକଙ୍କୁ ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ସନ୍ଦେହ ମଧ୍ୟ ପ୍ରକାଶ ପାଉଛି। ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ, ଘଟଣାସ୍ଥଳରୁ ପୁଲିସ୍ ଏକ ମୋବାଇଲ ଫୋନ ଜବତ କରିଛି । ମୋବାଇଲର ଲକ୍ ଖୋଲିବା ପରେ ମୃତକଙ୍କ ପରିଚୟ ସହ ମୃତ୍ୟୁ ପଛର ରହସ୍ୟ ସାମ୍ନାକୁ ଆସିପାରେ ବୋଲି ତଦନ୍ତକାରୀ ଅଧିକାରୀମାନେ ଆଶା କରୁଛନ୍ତି। ଖବର ପାଇ ଚାଉଳିଆଗଞ୍ଜ ଥାନା ଆଇଆଇସି ଓ ଏସିପି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ତଳକୁ ଓହ୍ଲାଇଥିଲେ । ପରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି । ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଜାରି ରଖିଛି । ତେବେ ଏହା ପ୍ରକୃତରେ ଆତ୍ମହତ୍ୟା ନା କୌଣସି ସୁପରିକଳ୍ପିତ ହତ୍ୟାକାଣ୍ଡ, ତାହା ସ୍ପଷ୍ଟ ହେବ ପୁଲିସର ତଦନ୍ତ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ । ବର୍ତ୍ତମାନ ମୋବାଇଲ ଫୋନର ତଥ୍ୟ ଏହି ରହସ୍ୟମୟ ମୃତ୍ୟୁର ସବୁଠୁ ବଡ଼ ସୁରାକ ହୋଇପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ