ଚାରିଛକ ପ୍ରେସ କ୍ଳବର ନୂତନ କର୍ମକର୍ତ୍ତା ମନୋନୀତ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିମାପଡ଼ା ବ୍ଲକ ଚାରିଛକ ପ୍ରେସ କ୍ଲବର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ଭାବେ କ୍ଲବ ର ଉପଦେଷ୍ଟା ଡଃ . ସନ୍ତୋଷ କୁମାର ମିତ୍ର ନିର୍ବାଚନ ପରିଚାଳନା କରିଥିବାବେଳେ ପ୍ରାକ୍ତନ ଆଇଆରଏସ ଚନ୍ଦ୍ରକାନ୍ତ ଦଳାଇ, ପ୍ରଫେସର ଗୋପୀନାଥ କର, ସନାତନ ପାତ୍ର, କୃଷ୍ଣଚନ୍ଦ୍ର ରାଉତ, ବନ ବିହାରୀ ଦାଶ , ଆଇନଜିବି ରଜନୀକାନ୍ତ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ । ଆଜିର ନିର୍ବାଚନରେ ସଭାପତି ଭାବେ ପ୍ରଫୁଲ୍ଲ କୁମାର କର, ସାଧାରଣ ସଂପାଦକ ଭାବେ ଡଃ. କେଦାର ନାଥ ସାହୁ, ଉପ-ସଭାପତି ଭାବେ ବସନ୍ତ କୁମାର ଦାସ, କାର୍ଯ୍ୟକାରୀ ସଭାପତି ଭାବେ ଶିଶିର କୁମାର ସ୍ୱାଇଁ, ସହ ସଂପାଦକ ଭାବେ ସନ୍ତୋଷ କୁମାର ଦାସ ଓ ସୁବାସ ଚନ୍ଦ୍ର ସାହୁ, ସଂଗଠନ ସଂପାଦକ ଭାବେ ବିଜୟ କୁମାର ବେହେରା, ମିଡିଆ ସେଲ ସଂଯୋଜକ ଭାବେ ବସନ୍ତ କୁମାର ମଲ୍ଲ, କାର୍ଯ୍ୟକାରୀ ସଦସ୍ୟ ଭାବେ ପ୍ରଫୁଲ୍ଲ କୁମାର ସାହୁ ଓ ପୂର୍ଣଚନ୍ଦ୍ର ମହାପାତ୍ର ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ଆଜିର ନିର୍ବାଚନରେ କ୍ଲବ ର ଉପଦେଷ୍ଟା ପଣ୍ଡିତ ମୂରଲୀଧର ଭାରତୀ, କାହ୍ନୁ ଚରଣ ବେହେରା, ମାନସ କୁମାର ସାହୁ, ଶିଶିର କୁମାର ନାୟକ, ଅର୍ଜୁନ ପାତ୍ର, ଅଧିନ ପାତ୍ର, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ଦାଶ, ବସନ୍ତ କୁମାର ନାୟକ, ରାଜେଶ ଲେଙ୍କା, କୈଳାଶ ଚନ୍ଦ୍ର ପାତ୍ର, ଅଚ୍ୟୁତାନନ୍ଦ ମିଶ୍ର, ବିନୋଦ କୁମାର ପ୍ରଧାନ, ମୃତ୍ୟୁଜୟ ମହାପାତ୍ର, ଦେବାଶିଷ ନାୟକ, ସୁଦର୍ଶନ ବେହେରା, ଅଜୟ କୁମାର ମଲ୍ଲିକ ପ୍ରମୁଖ ଯେଗାଦେଇଥିଲେ । ନବ ନିର୍ବାଚିତ ପ୍ରତିନିଧୁମାନଙ୍କୁ ପ୍ରେସ କ୍ଲବ ତରଫରୁ ସ୍ବାଗତ କରା ଯାଇଥିଲା । ପ୍ରେସ କ୍ଲବର ସମସ୍ତ ସଦସ୍ୟମାନଙ୍କୁ ସାଥୀରେ ନେଇ ସମାଜ ରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବେ ବୋଲି ସଭାପତି ଶ୍ରୀକର ଓ ସଂପାଦକ ଡଃ .ସାହୁ ପ୍ରକାଶ କରିଥିଲେ।


