ଯୁବ ସଙ୍ଗଠକ କଳ୍ପତରୁ ଦାଶଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆଡିଆ ପଞ୍ଚାୟତ ପନ୍ଦାଡ଼ୋ ଗ୍ରାମର ଯୁବ ସଙ୍ଗଠକ କଳ୍ପତରୁ ଦାଶ(୫୧)ଙ୍କ ପରଲୋକ ଘଟିଛି । ସେ ପନ୍ଦାଡ଼ୋ ସୁବର୍ଣ୍ଣେଶ୍ୱର ନୋଡାଲ ବିଦ୍ୟାଳୟ ପରିଚାଳନା କମିଟିରେ ଦୀର୍ଘ ବର୍ଷ ହେବ ସଭାପତି ଥିଲେ । ଏଥିସହ ପନ୍ଦାଡ଼ୋ ଲାଇବ୍ରେରୀର ସମ୍ପାଦକ ଥିବା ବେଳେ ଶିବ ମନ୍ଦିରର ପୂଜକ ଥିଲେ । ଦୀର୍ଘ ବର୍ଷ ହେବ ସେ ଶାରିରୀକ ଅସୁସ୍ଥତା ହେତୁ ଘରୋଇ ଚିକିତ୍ସାରେ ଥିଲେ । ମୃତ୍ୟୁ ଖବର ପାଇ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନରଞ୍ଜନ ଘଡେଇ, ଆଡିଆ ପଞ୍ଚାୟତ ବିଜେଡି ସଭାପତି ଶଙ୍କର୍ଷଣ ରଥ, ଯୁବ ସଭାପତି ଗୋକୁଳ ସେଠୀ, ଘନଶ୍ୟାମ ମଲ୍ଲିିକ, ଧନେଶ୍ୱର ଦାସ, ଆଡିଆ ସରପଞ୍ଚ ବିଜୟ କୁମାର ଜେନା, ବୁଲୁ ଧଳ, ଜୟଦେବ ସେଠୀ, ମଧୁସୂଦନ ଦାସ, ସୁବାଷ ଦାସ ତାଙ୍କ ବାସଭବନରେ ପହଞ୍ôଚ ଶବାଧାରରେ ସାମିଲ ହେବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ସତ୍କାର କରାଯାଇଥିଲା । ସାନ ଭାଇ ପ୍ରଫୁଲ୍ଲ ମୁଖାଗ୍ନୀ ଦେଇଥିଲେ । ତାଙ୍କ ମୃତ୍ୟୁରେ ବିଧବା ପତ୍ନୀ ଓ ୩ ଝିଅ ଦୁଃଖରେ ଭାଙ୍ଗି ପଡିଛନ୍ତି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ