ଯୁବ ସମାଜସେବୀଙ୍କ ବୁଲୁଙ୍କ ନିଆରା ପ୍ରୟାସ:ଆଦିବାସୀଙ୍କ ମୁହଁରେ ଦେଲେ ଆହାର

ଚୌଦ୍ୱାର,( ସଞ୍ଜୀବ କୁମାର ତିୱାରୀ ):କରୋନା ପାଇଁ ଏପ୍ରିଲ୧୪ଯାଏଁ ସାରା ଦେଶ ଲକ ଡାଉନ ହୋଇଥିଲା ବେଳେ ସମସ୍ତ ପ୍ରକାର କାର୍ଯ୍ୟ ବନ୍ଦ ହୋଇଛି।ଏଥିରେ ବେଶୀ ପ୍ରଭାବିତ ହୋଇଛନ୍ତି ଟାଙ୍ଗି ଚୌଦ୍ୱାର ବ୍ଲକ ର ଆଦିବାସୀ ବହୁଳ କୋଚିଲା ନୂଆଗାଁ ର ପନ୍ଦର ଟି ଆଦିବାସୀ ପରିବାର।କାମକୁ ଯାଇନପାରି ଅସହାୟ ଅବସ୍ଥାରେ ରହିଥିବା ଏହି ପରିବାର ମାନଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ଆଗ୍ରାହାଟ ପଚାୟତ ମଙ୍ଗଲପୁର ଗ୍ରାମର ଯୁବ ସମାଜସେବୀ ପ୍ରମୋଦ ନାୟକ (ବୁଲୁ)।ଆଠଗଡ଼ ବିଧାୟକ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏକାନ୍ତ ଅନୁଗତ ବୁଲୁ ସେହି ପନ୍ଦର ପରିବାରକୁ ଚାଉଳ, ଆଳୁ, ତେଲ, ସାବୁନ ପ୍ରଦାନ କରିଥିଲେ।ଏଥିସହ ସେହି ଆଦିବାସୀମାନଙ୍କୁ କରୋନା ର ସଂକ୍ରମନରୁ ବର୍ତ୍ତିବା ଉପାୟ ଗୁଡିକ ବିଷୟରେ ସଚେତନ କରାଇଥିଲେ।ସେମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ମଧ୍ୟ କହିଥିଲେ। ବୁଲୁଙ୍କ ଏଭଳି କାର୍ଯ୍ୟ କୁ ସାଧାରଣରେ ପ୍ରଶଂସା କରାଯାଇଛି। ବୁଲୁଙ୍କ ଏଥିରେ ରମେଶ ହାତୀ, ସନା ସିଂ, ପିଣ୍ଟୁ, ଉଦୟ, ମୁର୍ମୁ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ