ଯୁବ ସାମ୍ବାଦିକ ଲଳିତେନ୍ଦୁ ପାଇଲେ ଓଡିଶା ବାର୍ତ୍ତା ସାହିତ୍ୟ ମିତ୍ର ସମ୍ମାନ ପ୍ରଦାନ

ନିମାପଡା, (ସନ୍ତୋଷ ଦାଶ):ଇଂରାଜୀ ନବବର୍ଷ ୨୦୨୩ ଓ ପବିତ୍ର ଶାମ୍ବଦଶମୀ ଅବସରରେ ଓଡିଶା ବାର୍ତ୍ତା ସାହିତ୍ୟ ପରିଷଦ କଟକ ପକ୍ଷରୁ ବକ୍ସି ବଜାର ସ୍ଥିତ ଅମରେଶ୍ବର ମନ୍ଦିର ପ୍ରାଙ୍ଗଣରେ ରାଜ୍ୟସ୍ତରୀୟ ବାର୍ତ୍ତା ସାହିତ୍ୟ ମିତ୍ର ସମ୍ମାନ ଓ ସାହିତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ବାର୍ତ୍ତା ସାହିତ୍ୟ ପରିଷଦର ପ୍ରତିଷ୍ଠାତା ସମ୍ପାଦକ ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର କୋଣ ଅନୁକୋଣରୁ ଯୋଗ ଦେଇଥିବା କବି, ଲେଖକ, ସମ୍ଭକାର ଓ ସାମ୍ବାଦିକ ପ୍ରତିଭା ମାନଙ୍କୁ ବାର୍ତ୍ତା ସାହିତ୍ୟ ମିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଜଣେ ନିରନ୍ତର ସାରସ୍ବତ ସାଧକ ଓଡିଆ ଭାଷା ସଂସ୍କୃତିର ପ୍ରଚାରକ ଭାବେ ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ରାଜ୍ୟସ୍ତରୀୟ ମାତୃଭାରତୀ ସମ୍ମାନରେ ସମ୍ମାନୀତ କରାଯାଇଛି । ଏଥିସହ ସ୍ତମ୍ବକାର ତଥା ବରିଷ୍ଠ ସାମ୍ବାଦିକ ଲଳିତେନ୍ଦୁ ପଲାଉରୀଙ୍କୁ ବାର୍ତ୍ତା ସାହିତ୍ୟ ମିତ୍ର ସମ୍ମାନରେ ସମ୍ମାନୀତ କରାଯାଇଛି । କାର୍ଯ୍ୟକ୍ରମରେ ନବବର୍ଷ ଓ ଜଗନ୍ନାଥ ସଂସ୍କୃତି ଶୀର୍ଷକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଜଗନ୍ନାଥଙ୍କ ଭଜନ ଓ ଭକ୍ତି ସଂଗୀତ ପରିବେଷଣ ସହ ନବବର୍ଷ ନମସ୍କାର ଶୀର୍ଷକ କବିତା ପାଠୋତ୍ସବ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଜଷ୍ଟିସ ମନୋରଞ୍ଜନ ମହାନ୍ତି ,ପ୍ରଧ୍ୟାପିକା ଡକ୍ଟର ବିଦ୍ୟୁତ ପ୍ରଭା ମିଶ୍ର, ଅଧ୍ୟାପକ ଲକ୍ଷ୍ମଣ ସାହୁ ,ଉତ୍କଳ ଗ୍ରାମ୍ୟ ସ୍ବରାଜ୍ୟର ସଭାପତି ବ୍ରହ୍ମାନନ୍ଦ ମହାନ୍ତି ,ଦାର୍ଶନିକ ନଳୀନିକାନ୍ତ ରାଉତ, ଡକ୍ଟର ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ର , ଅମେରେଶ୍ବର ମନ୍ଦିର ପ୍ରତିଷ୍ଠାତା ରାଜେଶ କୁମାର ସାହୁ, ଅଜୟ ପଣ୍ଡା ବିଶ୍ବଜିତ ସୂର୍ଯ୍ୟବଂଶୀ ପ୍ରମୁଖ ଯୋଗ ଦେଇଥିଲେ । କବିତାପାଠ କରିଥିବା ସମସ୍ତ କବିପ୍ରତିଭା ମାନଙ୍କୁ ଓଡିଶା ବାର୍ତ୍ତା ସାହିତ୍ୟ ପରିଷଦ କଟକ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ