ଯୋଡା କେନ୍ଦ୍ରୀୟ ଖେଳ ପଡିଆ ରେ ତ୍ରିଦିବସୀୟ ବିଜୁ ପଟ୍ଟନାୟକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକା ରେ ଥିବା କେନ୍ଦ୍ରୀୟ ଖେଳ ପଡିଆ ରେ ଶୁକ୍ରବାର ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇ ଯାଇଛି । ବିଜୁ ପଟ୍ଟନାୟକ ନକ୍ ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ତିନି ଦିନ ଧରି ଖେଳ ଅନୁଷ୍ଠିତ ହେବ ବୋଲି ଏହି ଖେଳ ର ଆୟୋଜକ ସଞ୍ଜୟ ବାରିକ ସୂଚନା ଦେଇଛନ୍ତି । ଏହି ତ୍ରିଦିବସୀୟ ଖେଳ କୁ ବିଜେଡି ଜିଲ୍ଲା ସଭାପତି ମାଧବ ସର୍ଦାର ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଖେଳ ର ମୁଖ୍ୟ ଆକର୍ଷଣ ରହିଛି ରବିବାର ଦିନ ହେବାକୁ ଥିବା ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ,ଯୋଡା ବ୍ଲକ ର ଆଖାପାଖ ଅଞ୍ଚଳ ର ୪୨ ଟି ଦଳ ଏହି ଖେଳ ରେ ଅଂଶ ଗ୍ରହଣ କରିବେ ।ଯାହା ଅନେକ ଦିନ ପରେ ଏମିତି ବଡ ଧରଣ ର ଟୁର୍ଣ୍ଣାମେଣ୍ଟର ମଜା ଫୁଟବଲ ପ୍ରେମୀ ମାନେ ଉଠାଇ ପାରିବେ ବୋଲି ଖେଳ ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ବାରିକ ଜଣାଇଛନ୍ତି ।ଦିନ ଗୋଟାଏ ସମୟରେ ଘଣ୍ଟାଏ ମୂଷଳ ଧାରା ରେ ବର୍ଷା ହେବା ସତ୍ତ୍ୱେ ମଧ୍ୟ ଖେଳାଳିମାନେ ଖେଳ ପ୍ରଦର୍ଶନ କରିଥିଲେ । ହଜାର ହଜାର ଦର୍ଶକ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ କୁ ଆନନ୍ଦ ର ସହ ଉପଭୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ